fbpx

‘ରାମନଗର’ର ନାମ ପରିବର୍ତ୍ତନକୁ ନେଇ ରାଗିଗଲେ ରାମ ମନ୍ଦିର ମୁଖ୍ୟ ପୂଜକ; କହିଲେ ଏପରି କଥା…

ନୂଆଦିଲ୍ଲୀ: କର୍ଣ୍ଣାଟକ କ୍ୟାବିନେଟ୍ ରାମନଗର ଜିଲ୍ଲାର ନାମ ପରିବର୍ତ୍ତନକୁ ଅନୁମୋଦନ କରିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ରାମନଗର ଜିଲ୍ଲାର ନାମ ଏବେ ବେଙ୍ଗାଲୁରୁ ଦକ୍ଷିଣ ରଖାଯିବ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ଘୋଷଣା କରିଛନ୍ତି। କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତି ଉପରେ ବିଜେପି ଆକ୍ରମଣ କରୁଛି । ସେପଟେ କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ।

କର୍ଣ୍ଣାଟକ କ୍ୟାବିନେଟ ରାମନଗର ଜିଲ୍ଲାର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, “ଯୋଗୀ ଆଦିତ୍ୟନାଥ ରାମ, ସନାତନଙ୍କ ପରମ୍ପରା ଅନୁଯାୟୀ ନାମ ପରିବର୍ତ୍ତନ କରନ୍ତି। କର୍ଣ୍ଣାଟକ ସରକାର ନିଜ ନିଜ ଢଙ୍ଗରେ ନାମ ପରିବର୍ତ୍ତନ କରୁଛନ୍ତି। ସେମାନେ ରାମଙ୍କ ନାମକୁ ପସନ୍ଦ କରନ୍ତି ନାହିଁ । ଏଭଳି ଲୋକମାନେ ସନାତନ ବିରୋଧୀ ଏବଂ ମୁଁ ସେମାନଙ୍କୁ ଦୃଢ଼ ନିନ୍ଦା କରୁଛି।”

ସେପଟେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. କର୍ଣ୍ଣାଟକ କ୍ୟାବିନେଟ ରାମନଗର ଜିଲ୍ଲାକୁ ବେଙ୍ଗାଲୁରୁ ଦକ୍ଷିଣ ନାମରେ ନାମିତ କରିବା ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶିବକୁମାର କହିଛନ୍ତି, “ମୁଁ ବେଙ୍ଗାଲୁରୁରୁ ଆସିଛି। ଏହା ହେଉଛି ବେଙ୍ଗାଲୁରୁ ଜିଲ୍ଲା। ଆମେ କାହିଁକି ଆମର ନାମ, ଆମ ପରିଚୟ ହରାଇଲୁ? ଆମର ଅଧିକାରକୁ ସୁରକ୍ଷା ଦେବାର ଅଧିକାର ରହିଛି। ବେଙ୍ଗାଲୁରୁ ଉପରେ ସାରା ବିଶ୍ୱର ନଜର ରହିଛି । ବେଙ୍ଗାଲୁରୁ କୁ ନେଇ ଅଟଳ ବିହାରୀ ବାଜପେୟୀ କ’ଣ କହିଥିଲେ ଦେଖନ୍ତୁ । ମୁଁ ଏହି ନାମ ହରାଇବାକୁ ଚାହୁଁନାହିଁ।

Get real time updates directly on you device, subscribe now.