fbpx

ଶୃଙ୍ଖଳିତ ଭାବେ ହେବ ମହାପ୍ରଭୁଙ୍କ ରଥଯାତ୍ରା, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ପହିଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ପାଇଁ ଗତ ଦୁଇ ବର୍ଷ ଧରି ରଥଯାତ୍ରା ଦେଖିବାରୁ ବଞ୍ଚିତ ରହିଥିଲେ ଭକ୍ତଗଣ । ମାତ୍ର ଚଳିତ ବର୍ଷ ସମସ୍ତ କଟକଣା ହଟି ଯାଇଥିବାରୁ ଭକ୍ତମାନେ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ତେଣୁ ଚଳିତ ବର୍ଷ ପ୍ରବଳ ଜନସମାଗମର ଆଶଙ୍କା ରହିଛି ।

ରଥଯାତ୍ରାରେ ଯାତ୍ରୀମାନେ କିପରି ଶାନ୍ତି, ଶୃଙ୍ଖଳାର ସହ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆଜି ରଥଯାତ୍ରା ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ସର୍କିଟ ହାଉସଠାରେ ବସିଥିଲା । ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ରଥଯାତ୍ରା ପୂର୍ବରୁ ରାସ୍ତାଘାଟ ମରାମତି, ଡ୍ରେନ ସଫା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଯାତ୍ରୀଙ୍କ ଆଶ୍ରୟସ୍ଥଳ ବ୍ୟବସ୍ଥା, ବଡ଼ଦାଣ୍ଡରୁ ଅବରୋଧ ଓ କ୍ୟାବିନ ଅପସାରଣ, ଜଳ ନିଷ୍କାସନ ବ୍ୟବସ୍ଥା, ଗାଡ଼ି ପାର୍କିଂ ହଟାଇବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପ୍ରଶାସକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.