fbpx

ଗାଁରେ ପଶିଲା ହୀରାକୁଦ ପାଣି: ବନ୍ୟା ଘେରରେ ଗ୍ରାମବାସୀ, ହଜାର ହଜାର ଏକର ଚାଷଜମି ଜଳମଗ୍ନ

ବରଗଡ଼(ଓଡିଶା ଭାସ୍କର): ଗାଁ ରେ ପଶିଲା ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି । ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ଆଜି ସୀମାନ୍ତ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ବେନିଆଁପାଲି ଏବଂ ଘୁଘୁରାପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ପଶିବାରୁ ବନ୍ୟାଜଳ ଘେରରେ ଚିଖିଲି ଗ୍ରାମ ରହିଛି । ସେହିପରି ଅନ୍ତରାଡି, ଚିଖିଲି, ବେନିଆପାଲି, ଘୁଘୁରାପାଲି ,ବଡମାଲ ଆଦି ଗ୍ରାମର ୬୦୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମି ଜଳମଗ୍ନ ହୋଇ ସମସ୍ତ ଫସଲ ନଷ୍ଟ ହୋଇଯାଇଛି । ପଛୁଆ ପାଣିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଚିଖିଲି ଗ୍ରାମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରିଛନ୍ତି ।ତେବେ ପାଣିରେ ବୁଡି ରହିଥିବା ଗ୍ରାମ ମାନଙ୍କର ଗ୍ରାମବାସୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି । ସେହିପରି ଗାଈ ଗୋରୁ ଛେଳି ଆଦି ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ଅନ୍ୟତ୍ର ଖାଇବା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.