fbpx
BJD
BJD SKY
BJD SKY

ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମହେଲା ଛୁଆ! ଏହା ସମ୍ଭବ ହେଲା କେମିତି? ଆସନ୍ତୁ ଜାଣିବା

ସାଧାରଣତଃ ଆମେ ଜାଣୁ ଯେ, ଛୁଆକୁ ମାଆ ନଅ ମାସ ଗର୍ଭରେ ଧରିବା ପରେ ଜନ୍ମ ଦେଇଥାଏ । କେବେକେବେବେ ସନ୍ତାନ ୧୨ ମାସରେ ମଧ୍ୟ ଜନ୍ମଗ୍ରହଣ କରିଥାଏ । ଯଦି ଆପଣଙ୍କୁ କୁହାଯିବ ଯେ, ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଛୁଆ ଜନ୍ମଗ୍ରହଣ କରିଛି, ତେବେ ଏ କଥାକୁ କେହି ବିଶ୍ୱାସ କରିବେ ନାହିଁ । ହେଲେ କଥାଟି ସତ ଅଟେ । ଚୀନରେ ଏପରି ଏକ ଘଟଣା ଘଟିଛି । ପିତାମାତା ମରିବାର ୪ ବର୍ଷ ପରେ ସରୋଗେଟ୍ ମାଆ ଛୁଆକୁ ଜନ୍ମ ଦେଇଛନ୍ତି ।

ଛୁଆଟିର ପିତାମାତା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଗତ ୨୦୧୩ ମସିହାରେ ଦମ୍ପତ୍ତି ନିଜର ଭ୍ରୁଣକୁ ସୁରକ୍ଷିତ କରି ରଖିଥିଲେ । ଭ୍ରୁଣକୁ ନାଞ୍ଜିଙ୍ଗ ହସ୍ପିଟାଲରେ ମାଇନସ ୧୯୬ ଡିଗ୍ରୀ ତାପମାତ୍ରାରେ ନାଇଟ୍ରୋଜନରେ ସୁରକ୍ଷିତ କରି ରଖାଯାଇଥିଲା । ଦମ୍ପତ୍ତି ଚାହୁଁଥିଲେ ଯେ ତାଙ୍କ ସନ୍ତାନ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ୍) ପ୍ରଣାଳୀରେଏହି ଦୁନିଆକୁ ଆସୁ । ଦମ୍ପତ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କର ପିତାମାତା ଉକ୍ତ ସୁରକ୍ଷିତ ଭ୍ରୁଣକୁ ବ୍ୟବହାର ନେଇ ଦୀର୍ଘ ସମୟ ଧରି ଆଇନଗତ ଲଢ଼ାଇ ଜାରି ରଖିଥିଲେ । ଚୀନରେ ସରୋଗେଟକୁ ଏକ ଅପରାଧ ଭାବେ ବିବେଚନା କରାଯାଏ । ତେଣୁ ଦମ୍ପତ୍ତିଙ୍କ ପିତାମାତା ଏକ ଏଜେନ୍ସି ସହାୟତାରେ ସରୋଗେଟ ବୈଧ ଥିବା ଦେଶ ଲାଓସରେ ଜଣେ ସରୋଗେଟ ମାତା ଖୋଜିଥିଲେ । ଶେଷରେ ଜଣେ ସରୋଗେଟ୍ ମାଆ ଏହି ଛୁଆକୁ ଜନ୍ମ ଦେବାକୁ ରାଜି ହୋଇଥିଲେ । ୨୦୧୭ ମସିହାରେ ସରୋଗେଟ୍ ମାତା ଜଣକ ଟୁରିଷ୍ଟ ଭିଜାରେ ଚୀନ ଆସି ଛୁଆକୁ ଜନ୍ମ ଦେଇଥିଲେ । ଛୁଆର ପିତାମାତାଙ୍କ ଦେହାନ୍ତ ହୋଇଥିବାରୁ ଦାଦା-ଦାଦୀ ଓ ନାନା-ନାନୀଙ୍କ ଡିଏନ ଓ ରକ୍ତ ପରୀକ୍ଷା କରାଯାଇଥିଲା ।

Get real time updates directly on you device, subscribe now.