fbpx

ଦେଶରେ ପୁଣି ବଢ଼ିଲା ମୃତ୍ୟୁ, କମିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୧ା୫ : ଦେଶରେ ଆଜି କରୋନା ମୃତ୍ୟୁସଂଖ୍ୟା ବଢ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୮୭୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୯ ହଜାର ୯୯୨କୁ ବୃଦ୍ଧି ପାଇଛି । ଦିନକରେ ୩ ଲକ୍ଷ ୨୯ ହଜାର ୯୪୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୯ ଲକ୍ଷ ୯୨ ହଜାର ୫୧୭କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୧୫ ହଜାର ୨୨୧ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୯୦ ଲକ୍ଷ ୨୭ ହଜାର ୩୦୪ରେ ପହଞ୍ଚିଛି । ୧୭ କୋଟି ୨୭ ଲକ୍ଷ ୧୦ ହଜାର ୬୬ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.