fbpx

କରୋନା ଲଢ଼େଇ ପାଇଁ ଭାରତକୁ ୧୧୦ କୋଟିର ସହାୟତାର ପ୍ରଦାନ କଲା ଟୁଇଟର

ନୂଆଦିଲ୍ଲୀ, ୧୧ା୫: ଭାରତର କରୋନା ଲଢ଼େଇ ପାଇଁ ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟର ୧୧୦ କୋଟିର ସହାୟତା ପ୍ରଦାନ କରିଛି । ଟୁଇଟର ସିଇଓ ଜ୍ୟାକ୍ ଡୋର୍ସି କହିଛନ୍ତି ଯେ, କେୟାର, ଏଡ୍ ଇଣ୍ଡିଆ ଓ ସେୱା ଇଣ୍ଟରନ୍ୟାସନାଲ ୟୁଏସ ଭଳି ତିନୋଟି ବେସରକାରୀ ସଂସ୍ଥାକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଉକ୍ତ ସଂସ୍ଥାମାନେ ଅସ୍ଥାୟୀ କୋଭିଡ୍ କେନ୍ଦ୍ର ସ୍ଥାପନ କରି ସରକାରୀ ଉଦ୍ୟମକୁ ସଫଳ କରିବେ । ଏଥିସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅମ୍ଲଜାନ, ପିପିଇ କିଟ ଆଦି ଜରୁରୀକାଳୀନ ସେବା ଯୋଗାଇବା ସହ ଲୋକଙ୍କୁ ଟିକାକରଣ ନେଇ ସାହାଯ୍ୟ କରିବେ । ଅତ୍ୟାବଶ୍ୟକ ଜିନିଷ କିଣିବା ପରେ ସମସ୍ତ ଡାକ୍ତରଖାନାକୁ ଯୋଗାଇବା ସହ ଗ୍ରାମାଞ୍ଚଳରେ ସେବା କରୁଥିବା ଏନଜିଓ ଓ ଡାକ୍ତରଖାନାକୁ ମଜବୁତ କରିବେ ବୋଲି ଡୋର୍ସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.