fbpx

ରାଜ୍ୟରେ ପ୍ରଥମ: କରୋନାରେ ୧୦ ବର୍ଷର ବାଳକର ମୃତ୍ୟୁ

ଭୁବନେଶ୍ୱର, ୧୧ା୫ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୧୦ ବର୍ଷୀୟ ବାଳକର କରୋନାରେ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ହାଉସିଂ ବୋର୍ଡ ଅଞ୍ଚଳର ଏହି ବାଳକର ଦେହ ଅସୁସ୍ଥ ହୋଇପଡ଼ିବାରୁ ତାକୁ ଗତ ଶନିବାର ଦିନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତା’ର ରିପୋର୍ଟ ପଜିଟିଭ୍ ଆସିବା ପରେ ତାକୁ ଗତକାଲି ଦିନ ୧୧ଟା ସମୟରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତା’ର ଶରୀରରେ ଅକ୍ସିଜେନ ସ୍ତର କମିଯାଇଥିବାରୁ ତାକୁ ୧୫ ଲିଟର ବିଶିଷ୍ଟ ଅକ୍ସିଜେନ ସିଲିଣ୍ଡର ଦିଆଯାଇଥିଲା । ଗତକାଲି ରାତି ୮ଟା ସମୟରେ ତା’ର ମୃତ୍ୟୁ ଘଟିଥିଲା । ତେବେ ବାଳକଟିର ମୃତ୍ୟୁ କେବଳ କରୋନା ପାଇଁ ହୋଇନାହିଁ । ସେ ହିମୋଫିଲିଆରେ ଆକ୍ରାନ୍ତ ଥିଲା ବୋଲି ଏମକେସିଜି ମେଡିକାଲର ବରିଷ୍ଠ ଶିଶୁ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.