fbpx

(ଭିଡିଓ) ହସ୍ପିଟାଲରେ ଶିଶୁ ଅଦଳବଦଳ: ଅଭିଯୋଗ କଲେ ପ୍ରସୂତୀ ଏବଂ ପରିବାର

ହସ୍ପିଟାଲରେ ହୋଇଛି ଶିଶୁ ଅଦଳବଦଳ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରୁ ।

ଅଭିଯୋଗ ମୁତାବକ ମା’ ଓ ଶିଶୁ ସ୍ୱାସ୍ଥ୍ୟକାର୍ଡରେ ଲେଖା ଯାଇଛି ପୁଅ ଜନ୍ମ ହୋଇଛି । କିନ୍ତୁ କର୍ତ୍ତୃପକ୍ଷ ହାତକୁ ବଢେଇ ଦେଲେ ଝିଅଟିଏ । କିନ୍ତୁ ମାଓ ଶିଶୁ ସ୍ୱାସ୍ଥ୍ୟାକାର୍ଡ଼ରେ ପୁଅ ହୋଇଥିବା କଥା ଲେଖା ଯାଇଥିବା ବେଳେ ଝିଅ କାହିଁକି ଦିଆଗଲା ବୋଲି ଏବେ ଜଣେ ପ୍ରସୂତୀ ମହିଳା ପ୍ରଶ୍ନ କରିବା ସହିତ ତାଙ୍କର ଶିଶୁପୁତ୍ର ହୋଇଥିବା ନେଇ ସନ୍ଦେହ କରି ଏବେ ଅଭିଯୋଗ କରିଛନ୍ତି । ୱାର୍ଡ଼ର ନର୍ସ ଓ କର୍ମଚାରୀମାନେ ଶିଶୁପୁତ୍ର ଜାଗାରେ ଏକ ଶିଶୁ କନ୍ୟା ଦେଇ ଦେଇଛନ୍ତି ବୋଲି ପରିବାର ଲୋକ ମଧ୍ୟ କହିଛନ୍ତି ।

ଅନ୍ୟ ପକ୍ଷରେ ଏ ସମ୍ପର୍କରେ  କନ୍ଧମାଳ ଜିଲ୍ଲା ଭାରପ୍ରାପ୍ତ ସଡିଏମଓଙ୍କୁ ବି ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଆଉ ଯଦି ପ୍ରକୃତରେ ଘଟଣା ସତ ହୋଇଥାଏ ତେବେ ତାର ତଦନ୍ତ ହେବ ବୋଲି ମଧ୍ୟ ଭାରପ୍ରାପ୍ତ ସିଡ଼ିଏମଓ ସ୍ପଷ୍ଟ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.