fbpx

ଭାରତରେ ଲଞ୍ଚ ହେଲା Kia Carens, ୨୫ ହଜାରରେ କରିପାରିବେ ବୁକିଂ: ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Kia Carens, ଗୁରୁବାର ଏନେଇ ସୂଚନା ଦେଇଛି କିଆ ଇଣ୍ଡିଆ । ଭାରତରେ ଲଞ୍ଚ ହୋଇଥିବା ପ୍ରିମିୟମ MPV (ମଲ୍ଟି ପରପସ୍ ଭେଇକିଲ)କୁ ଦେଶ ସାରା ଡିଲରସିପ୍ ମାଧ୍ୟମରେ ୱେବସାଇଟ ଦ୍ୱାରା ୨୫ ହଜାର ଟଙ୍କାରେ ବୁକ୍ କରାଯାଇପାରିବ । କିଆ ସେଲଟସ୍, ସନେଟ ଏବଂ କାର୍ଣ୍ଣିଭାଲ ପରେ କିଆ କେରେନ୍ସ କମ୍ପାନୀର ଏମପିଭି ସେଗମେଣ୍ଟରେ ଭାରତୀୟ ବଜାରରେ ଚତୁର୍ଥ ଗାଡ଼ି । କିଆ କେରେନ୍ସ ଏମପିଭି ସେଗମେଣ୍ଟରେ ଆସୁଥିବା ଅନ୍ୟ ମାରୁତି ସୁଜୁକୀ ଏକ୍ସଏଲ ୬, ମହିନ୍ଦ୍ରା ମରାଜ୍ଜୋ, ଟୋୟୋଟା ଇନୋଭା କ୍ରିଷ୍ଟା ଏବଂ ହ୍ୟୁଣ୍ଡାଇ ଆଲକାଜାର୍ ସହ ଟକ୍କର ଦେବ ।

କିଆ କେରେନ୍ସ ଏମପିଭି ସମୁଦାୟ ୮ କଲର ଅପ୍ସନ ସହ ଦେଖିବାକୁ ମିଳିବ । ଯେଉଁଥିରେ ଇମ୍ପିରିୟଲ ବ୍ଲୁ, ମସ ବ୍ରାଉନ, ସ୍ପାର୍କଲିଙ୍ଗ ସିଲଭର, ଇଣ୍ଟେନ୍ସ ସିଲଭର, ଇଣ୍ଟେନ୍ସ ରେଡ, ଅରୋରା ବ୍ଲାକ୍ ପର୍ଲ, ଗ୍ରାଭିଟୀ ଗ୍ରେ, ଗ୍ଲେସିଅର ହ୍ୱାଇଟ ପର୍ଲ ଏବଂ କ୍ଲିୟର ହ୍ୱାଇଟ୍ ସାମିଲ ରହିଛି । କିଆ ଦାବି କରିଛି ଯେ କେରେନ୍ସରେ ଅନେକ ଫାଷ୍ଟ-ଇନ-କ୍ଲାସ୍ ଫିଚର୍ସ ରହିଛି । ଏମପିଭି ଗୋଟିଏ ଡିଜାଇନ ସହ ଦେଖିବାକୁ ମିଳିବ ଯାହା ଭାରତରେ ଥିବା ଅନ୍ୟ କିଆ କାର ଠାରୁ ସଂପୂର୍ଣ୍ଣ ଅଲଗା ।

ଏମିତି ରହିଛି ଏହାର ଡିଜାଇନ ଏବଂ ଫିଚର୍ସ:

ଏଥିରେ HVAC କଣ୍ଟ୍ରୋଲ ପାଇର୍ ଟଗଲ ସ୍ୱିଚ୍ ସହ ସହ ଏକ ନୂଆ ଟଚ୍ ପ୍ୟାନେଲ ଏବଂ ଆମ୍ବିଏଣ୍ଟ ଲାଇଟ ଅଣ୍ଡରଲାଇନିଙ୍ଗ ମଧ୍ୟ ରହିଛି । ସେଣ୍ଟର କନ୍ସୋଲ ଛୋଟ ରହିଛି ଏବଂ ଏଥିରେ ସିଟ୍ ଭେଣ୍ଟିଲେସନ୍, ଡ୍ରାଇଭ ମୋଡ୍ ଆଦି ପାଇଁ ଆଡିସନାଲ କଣ୍ଟ୍ରୋଲ ନିୟନ୍ତ୍ରଣ ରହିଛି । କେରେନ୍ସ ୬ ଏବଂ ୭ ସିଟ୍ ଉପଲବ୍ଧ ରହିଛି ।

ଫିଚର୍ସ କହିଲେ କେରେନ୍ସ ରେ Apple CarPlay, ଆଣ୍ଡ୍ରଏଡ୍ ଅଟୋ ଏବଂ Kia ର UVO କନେକ୍ଟ ସହ ୧୦.୨୫ ଇଞ୍ଚ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ସଂପୂର୍ଣ୍ଣ ଡିଜିଟାଲ ଇନଷ୍ଟୁମେଣ୍ଟ କ୍ଲଷ୍ଟର, ଆଠ ସ୍ପିକର ବିଶିଷ୍ଟ ବୋସ ସାଉଣ୍ଡ ସିଷ୍ଟମ, ୬୪ କଲର ଆମ୍ବିଏଣ୍ଟ ଲାଇଟ, ଭେଣ୍ଟିଲେଟେଡ ଫ୍ରଣ୍ଟ ସିଟ୍ସ, କପ୍ ହୋଲ୍ଡର୍ସ ସହ ସିଟ୍ ବ୍ୟାକ୍ ଟେବୁଲ, ଦ୍ୱିତୀୟ ଲାଇନରେ ଇଲେକ୍ଟୋନିକ୍ ପାୱାର ୱାନ ଟଚ୍ ଟମ୍ବଲ ଫିଚର, ସିଙ୍ଗଲ ପ୍ୟାନ ସନରୁଫ୍ ମଧ୍ୟ ରହିଛି । ସେଫ୍ଟୀ ଅନବୋର୍ଡ ରେ ଷ୍ଟାଣ୍ଡାର୍ଡ ୬ଟି ଏୟାରବ୍ୟାଗ୍ ରହିଛି ଏବଂ ABS ଏବଂ ESC, ହିଲ-ଷ୍ଟାର୍ଟ ଆସିଷ୍ଟ, ଚାରିଟି ଯାକ ଚକରେ ଡିସ୍କ ବ୍ରେକ୍, TPMS ଏବଂ ରିୟର ପାର୍କିଂ ସେନ୍ସର ଭଳି ଅନେକ ଫିଚର୍ସର୍ ସାମିଲ ଅଛି ।

Get real time updates directly on you device, subscribe now.