fbpx
BJD SKY
BJD SKY

ବୋରୱେଲରେ ଶିଶୁ ଘଟଣା: ଶୁଭିଲା ଛୁଆର କାନ୍ଦ, ଭୁବନେଶ୍ୱରରୁ ଗଲା ଭିକ୍ଟିମ ଲୋକେସନ୍ କ୍ୟାମେରା

BJD

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ବୋରୱେଲରେ ଫସି ରହିଛି ଏକ ନବଜାତ ଶିଶୁ । ବର୍ତ୍ତମାନ ଘଟଣାସ୍ଥଳରୁ ମିଳିଥିବା ଖବର ଅନୁସାରେ, ବୋରୱେଲ ଭିତରୁ ପିଲାଟିର କାନ୍ଦ ଶୁଣିବାକୁ ମିଳିଛି । ପିଲାଟିକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବାହିନୀ ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । ଜେସିବି ଦ୍ୱାରା ବୋରୱେଲ ନିକଟରେ ଖୋଳାଯାଇ ଶିଶୁଟିର ଖୁବ ପାଖରେ ପହଞ୍ଚିଛନ୍ତି ସୁରକ୍ଷାକର୍ମୀ । ତେବେ ବର୍ତ୍ତମାନ ବୋରୱେଲ ଭିତରକୁ ଭିକ୍ଟିମ ଲୋକେସନ୍ କ୍ୟାମେରା ପଠାଯିବ ବୋଲି ଜାଣିବାକୁ ମିଳିଛି ।

ବୋରୱେଲ ଭିତରେ ଫଶି ରହିଥିବା ନବଜାତ ଶିଶୁକୁ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛି ସୁରକ୍ଷାବାହିନୀ । ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ଏବଂ ପିଲାଟିର ଗତିବିଧି ବିଷୟରେ ଜାଣିବା ପାଇଁ ଏହି କ୍ୟାମେରା ମଗା ଯାଇଛି । ଏକ ସ୍ୱତନ୍ତ୍ର ବିମାନରେ ରାଜଧାନୀ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ଏହି କ୍ୟାମେରା ପଠାଯିବ । ଏହାପରେ ଝାରସୁଗୁଡ଼ାରୁ ସମ୍ବଲପୁରକୁ ଏହି କ୍ୟାମେରା ପଠାଯିବ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

ସୂଚନା ଥାଉ କି, କିଛି ସମୟ ପୂର୍ବରୁ ଘଟଣାସ୍ଥଳରୁ ଖବର ମିଳିଥିଲା ଯେ ପିଲାଟି ବୋରୱେଲ ଭିତରୁ ସ୍ପଷ୍ଟ ଦେଖାଯାଉଛି । ଅଧିକ ଖୋଳାଯିବା ପରେ ବୋରୱେଲ ଭିତରେ ଶିଶୁଟି ସିଧା ରହିଥିବା ଜାଣିବାକୁ ମିଳିଛି । ତେବେ ୩ଟି ଜେସିବି ଲଗାଇ ସମାନ୍ତରାଳ ଭାବେ ମାଟି ଖୋଳା ଯାଉଛି । ଏହାସହିତ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ହାତରେ ମାଟି କୋଳିବାରେ ଲାଗିଛନ୍ତି । ଉଦ୍ଧାର ପରେ ଶିଶୁକୁ ମେଡିକାଲ ନେବାକୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ମହଜୁତ ରହିଛି । ଘଟଣା ସ୍ଥଳରେ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି ।

Get real time updates directly on you device, subscribe now.