fbpx

(Video) ପ୍ରଥମ ଥର ପାଇଁ ଜନ୍ମ ନେଲା ଧଳା କୁମ୍ଭୀର, ଦେଖନ୍ତୁ ଜନ୍ମ ବେଳର ଏହି ବିରଳ ଦୃଶ୍ୟ

ଓଡିଶା ଭାସ୍କର: ଆପଣ ସାଧାରଣତଃ କଳା ଓ ମାଟିଆ ରଙ୍ଗର ଗୋଲ ପୃଥୁଳ ଶରୀର ଥିବା କୁମ୍ଭୀର ଦେଖିଥିବେ। ହେଲେ କେବେ ଧଳା ରଙ୍ଗର କୁମ୍ଭୀର ଦେଖିଛନ୍ତି କି? ଦେଖିବା କଥା ତ ଦୂରରେ ବୋଧ ହୁଏ କେବେ ଧଳା ଥିବା ଆପଣ ଶୁଣିନଥିବେ। ମାତ୍ର ଆମ ଜୀବ ଜଗତରେ ଧଳା ରଙ୍ଗର କୁମ୍ଭୀର ମଧ୍ୟ ରହିଛନ୍ତି। ଯାହା ପ୍ରଥମ ଥର ପାଇଁ ଏଭଳି ଏକ ଧଳା ରଙ୍ଗର କୁମ୍ଭୀର ଜନ୍ମ ନେଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆମେରିକା ଫ୍ଲୋରିଡାର ଗ୍ୟାଟୋରଲାଣ୍ଡରେ ଦୁର୍ଲଭ ପ୍ରଜାତିର ଲ୍ୟୁସିଷ୍ଟିକ ଧଳା କୁମ୍ଭୀର ଦେଖାଯାଇଛି। ତେବେ ଦୁନିଆରେ ଥିବା କୁମ୍ଭୀରର ୮ଟି ପ୍ରଜାତି ମଧ୍ୟରୁ ଏହା ଅନ୍ୟତମ। ଜାଣି ଆଶ୍ଚର୍ୟ୍ୟ ହେବେ ଏହି କୁମ୍ଭୀର ମଣିଷ ଲାଣନପାଳନରେ ବଡ ହୋଇଥିବା ପ୍ରଥମ କୁମ୍ଭୀର ଅଟେ। ଗ୍ୟାଟୋରଲାଣ୍ଡର ଅଧ୍ୟକ୍ଷ ଓ ସିଇଓ ମାର୍କ ମେକାହ୍ନୁ କହିଛନ୍ତି, ୩୬ବର୍ଷ ପୂର୍ବେ ଲ୍ୟୁଇସିଆନ ପୋଖରୀର ଦଳରେ ଲ୍ୟୁସିଷ୍ଟିକ କୁମ୍ଭୀରର ବସା ଦେଖିବାକୁ ମିଳିଥିଲା। ଏହାପରେ ଏହି କୁମ୍ଭୀରର ଜନ୍ମ ହୋଇଛି। ପିତାମାତା ଜେୟାନ ଓ ଆଶଲେଙ୍କ ଠାରୁ ଏହି କୁମ୍ଭୀରଟି ଜନ୍ମ ହୋଇଛି। ଛୁଆ କୁମ୍ଭୀରର ମାଆ ସାଧାଣ ପ୍ରଜାତିର ହୋଇଥିବାବେଳେ ବାପା ଲ୍ୟୁସିଷ୍ଟିକ ପ୍ରଜାତିର ଅଟନ୍ତି। ଲ୍ୟୁସିଷ୍ଟିକ କୁମ୍ଭୀର ଆମେରିକୀୟ କୁମ୍ଭୀର ଭିତରୁ ସବୁଠାରୁ ଦୁର୍ଲଭ ପ୍ରଜାତିର କୁମ୍ଭୀର ଅଟନ୍ତି। କୁମ୍ଭୀରଟି ଅଣ୍ଡାରୁ ଜୀବନ ପାଉଥିବା ବେଳର ଦୁର୍ଲଭ ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓଟିକୁ ଅନେକ ଜଣ ପସନ୍ଦ କରିଥିବା ବେଳେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Get real time updates directly on you device, subscribe now.