fbpx

ଚୋରି ଛୁଆକୁ ଛାଡି ଫେରାର ହେଲେ ଚୋର; ଉଦ୍ଧାର କଲା ପୋଲିସ

Advertisement

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଶିଶୁକନ୍ୟା ଉଦ୍ଧାର । ପ୍ରତାପପୁର ଶାରଧାପାଲି ରାସ୍ତା ନିକଟରୁ ଉଦ୍ଧାର କରାଯାଇଛି । ଗତକାଲି ଚୋରି କରି ଆଜି ସକାଳୁ କିଏ ରାସ୍ତାରେ ଛାଡ଼ିଯାଇଥିବା ସନ୍ଦେହ କରାଯାଉଛି । ସୁଚନା ମିଳିବା ପରେ ପୋଲିସ୍ ପକ୍ଷରୁ ଶିଶୁକନ୍ୟାକୁ ଉଦ୍ଧାର କରି ମେଡ଼ିକାଲକୁ ଅଣାଯାଇଛି । ଏହି ଶିଶୁକନ୍ୟାକୁ ତାର ପରିବାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ସିସିଟିଭିରେ କଏଦ ହୋଇଥିବା ମହିଳା ଜଣଙ୍କୁ ଏପର୍ୟ୍ୟନ୍ତ ଚିହ୍ନଟ କରିପାରି ନାହିଁ ପୋଲିସ୍ ।

ଖବର ଅନୁସାରେ ଗତକାଲି ଏହି ଚୋରି ହୋଇଥିବା ଖବର ସାମନାକୁ ଆସିଥିଲା । ଶିଶୁ କନ୍ୟାକୁ ଧରିବା ବାହାନାରେ ନେଇ ଚମ୍ପଟ୍ ମାରିଥିଲେ ଜଣେ ମହିଳା । ତାହା ସିସିଟିଭିରେ ମଧ୍ୟ କଏଦ ହୋଇଥିଲା ଯାହାକୁ ଆଧାର କରି ତଦନ୍ତ ଚଳାଇଥିଲା ପୋଲିସ୍ । ବୀରମହାରାଜପୁର ଷଣ୍ଢାଗାଁର ଜଣେ ପ୍ରସୂତି ଗତକାଲି ଏକ କନ୍ୟାକୁ ଜନ୍ମ ଦେଇଥିଲେ । ୱାର୍ଡରେ ଜାଗା ନଥିବାରୁ ବାରଣ୍ଡାରେ ନବଜାତ ସହିତ ପ୍ରସୂତି ଶୋଇଥିଲେ । ଏହି ସମୟରେ ଚୋରି ହୋଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.