fbpx

ଛଅ ମାସ ମଧ୍ୟରେ ପିଲାଙ୍କୁ ମିଳିବ କରୋନା ଟିକା: ଅଦର ପୁନାୱାଲା

ନୂଆଦିଲ୍ଲୀ: ଖୁବ ଶୀଘ୍ର ୩ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ କରୋନା ଟିକା । ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ ମାସ ମଧ୍ୟରେ ଆସିବ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି “ସିରମ୍ ଇନସଟିୟୁଟ ଅଫ୍ ଇଣ୍ଡିଆ’ ସିଇଓ ଅଦର ପୁନାୱାଲା ।

“ସିରମ ଇନସଟିୟୁଟ ଅଫ୍ ଇନଡିଆ’ର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ ଆସନ୍ତା ୬ ମାସ ମଧ୍ୟରେ ଭାରତର ସମସ୍ତ ୧୮ ବର୍ଷରୁ କମ ଏବଂ ୩ ବର୍ଷରୁ ଅଧିକ ବୟସ ପିଲାଙ୍କୁ “କୋଭଭ୍ୟାକ୍ସ’ ଟିକା ଦିଆଯିବ । ପୁନାୱାଲା କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ଆୟୋଜିତ ଏକ ଭର୍ଚୁଆଲ ସମ୍ମିଳନୀରେ କହିଛନ୍ତି ।

 

Get real time updates directly on you device, subscribe now.