fbpx
BJD SKY
BJD SKY

CTET ୨୦୨୧ ଆଡମିଟ୍ କାର୍ଡ: ଏମିତି କରନ୍ତୁ ଚେକ୍

BJD

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ୧୪ ଡିସେମ୍ବରରେ ସେଣ୍ଟ୍ରାଲ ଟିଚର ଇଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୨୧ ର ଆଡମିଟ୍ କାର୍ଡ ଜାରି କରିପାରେ । ଯେଉଁ ଆଶାୟୀମାନେ ପରୀକ୍ଷା ପାଇଁ ଆବେଦନ କରିଥିଲେ ସେମାନେ ଆଡମିଟ୍ କାର୍ଡ ଜାରିହେବା ପରେ ଅଫସିଆଲ ୱେବସାଇଟ୍ ctet.nic.in ମାଧ୍ୟମରେ ଡାଉନଲୋଡ କରିପାରିବେ ।

ବୋର୍ଡର ଅଫିସିଆଲ ୱେବସାଇଟ ଏହି ସୂଚନା ଦେଇଛି ଯେ ଆଡମିଟ୍ କାର୍ଡ ଦୁଇଟି ଫେଜରେ ଜାରି କରାଯିବ । ପ୍ରଥମ ପ୍ରି ଆଡମିଟ୍ କାର୍ଡ ୧୧ ଡିସେମ୍ବରରୁ ଜାରି ହୋଇଛି । ଏହାପରେ ଚୂଡ଼ାନ୍ତ ଆଡମିଟ୍ କାର୍ଡ ଜାରି କରାଯିବ । ଫାଇନାଲ ଆଡମିଟ୍ କାର୍ଡ ୧୪ ଡିସେମ୍ବର ଅର୍ଥାତ୍ ଆଜି ଜାରି କରାଯିବ ।

ଆଶାୟୀ ସର୍ବ ପ୍ରଥମେ ସିଟିଇଟି ର ଅଫିସିଆଲ ୱେବସାଇଟ୍ ctet.nic.in କୁ ଯାଆନ୍ତୁ ।

ୱେବସାଇଟରେ ଦିଆଯାଇଥିବା ସିଟିଇଟି ଫାଇନାଲ ଆଡମିଟ୍ କାର୍ଡ ୨୦୨୧ ଲିଙ୍କ୍ (ଜାରି ହେବା ପରେ) ଉପରେ କ୍ଲିକ୍ କରନ୍ତୁ

ଏହାପରେ ମଗାଯାଇଥିବା ତଥ୍ୟ ଦିଅନ୍ତୁ ।

ଆଡମିଟ୍ କାର୍ଡ ସ୍କ୍ରିନରେ ଦେଖାଯିବ, ଏହାକୁ ଡାଉନଲୋଡ କରି ପ୍ରିଣ୍ଟ କାଢି଼ନିଅନ୍ତୁ ।

ସିଟିଇଟି ୨୦୨୧ ଡିସେମ୍ବର ୧୬, ୨୦୨୧ ରୁ ୧୩ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଜାରି ରହିବ । ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ । ପରୀକ୍ଷା ଦୁଇଟି ଶିଫ୍ଟ ସକାଳ ୯.୩୦ରୁ ୧୨ଟା ଏବଂ ୨.୩୦ରୁ ୫ ଟା ପର୍ଯ୍ୟନ୍ତ ହେବ । ପରୀକ୍ଷା ପାଇଁ ଜରୁରୀ ନିର୍ଦ୍ଦେଶ ଆଡମିଟ୍ କାର୍ଡରେ ଦିଆଯିବ ।

Get real time updates directly on you device, subscribe now.