fbpx
BJD SKY
BJD SKY

ପିଲାଙ୍କୁ ବି ହୋଇଥାଏ ଡାଇବେଟିସ୍‌, ଏହି ଲକ୍ଷର ଦେଖାଗଲେ କରନ୍ତୁ ନାହିଁ ଅବହେଳା

BJD

ଓଡ଼ିଶା ଭାସ୍କର: ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଉଛି । ଏଥିପାଇଁ ଅକାଳରେ ଅନେକ ରୋଗ ମାଡ଼ି ବସିଥାଏ । ସେଥିମଧ୍ୟରୁ ଡାଇବେଟିସ୍ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି । ସାଧାରଣତଃ ବୟସ୍କ ଲୋକଙ୍କ କ୍ଷେତ୍ରରେ ଡାଇବେଟିସ୍ ଦେଖାଦେଇଥାଏ । ଆଜିକାଲି କିନ୍ତୁ ପିଲାମାନେ ମଧ୍ୟ ଡାଇବେଟିସର ଶିକାର ହେଉଛନ୍ତି । WHOର ଏକ ରିପୋର୍ଟ ଅନୁଯାୟୀ ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆନୁମାନିକ ୭୭ ମିଲିୟନ ଟାଇପ୍‌-୨ ଡାଇବେଟିସ୍ ଏବଂ ପ୍ରାୟ ୨୫ ମିଲିୟନ ପ୍ରିଡାଇବେଟିସ୍ ରୋଗରେ ପୀଡ଼ିତ । ବିଶେଷ କରି ୧୨ରୁ ୧୮ ବର୍ଷ କିଶୋରଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥାଏ । କିଶୋତେବେ ପିଲାଙ୍କୁ ଡାଇବେଟିସ୍ ହେଲେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ ।

୧. ଓଜନ କମିଯିବା: ପିଲାଙ୍କ ଓଜନ ହଠାତ କମି ଗଲେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ । ଏହି ଲକ୍ଷଣ ଅଧିକାଂଶ ଟାଇପ୍‌-୧ ଡାଇବେଟିସରେ ଦେଖିବାକୁ ମିଳିଥାଏ ।

୨. ଥକ୍କାପଣ: ବିନା କୌଣସି ଶାରୀରିକ ପରିଶ୍ରମରେ ଶୀଘ୍ର ଥକ୍କାପଣ ଅନୁଭବ କରିବା ଡାଇବେଟିସର ଲକ୍ଷଣ ହୋଇଥାଏ ।

୩. ଅଧିକ ଶୋଷ ଲାଗିବା: ଶରୀରରେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେଲେ ଅଧିକ ଶୋଷ ଲାଗିଥାଏ । ତେଣୁ ପିଲାଙ୍କୁ ହଠାତ ଅଧିକ ଶୋଷ ଅନୁଭବ ହେବା କିମ୍ବା ବାରମ୍ବାର ପାଣି ପିଉଥିଲେ ଏହା ଡାଇବେଟିସ୍ ଲକ୍ଷଣକୁ ସୁଚାଇଥାଏ ।

୪. ଅଧିକ ଭୋକ ଲାଗିବା: ପିଲାଙ୍କୁ ଅଧିକ ଭୋକ ଲାଗିବା ବି ସମସ୍ୟା ହୋଇପାରେ । ପେଟ ପୁରା ଖାଇବା ପରେ ମଧ୍ୟ ପିଲାକୁ ଭୋକ ଲାଗିଲେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ ।

୫. ବାରମ୍ବାର ପରିଶ୍ରା ଯିବା: ଶରୀରରେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେଲେ ଅଧିକ ଶୋଷ ଲାଗିଥାଏ । ଫଳରେ ପିଲା ବାରମ୍ବାର ପରିଶ୍ରା ପାଇଁ ଯାଇଥାଏ । କେତେକାଂଶରେ ସେମାନେ ଶଯ୍ୟାରେ ମଧ୍ୟ ପରିଶ୍ରା କରିଥାନ୍ତି ।

୬. ମୁଡ୍ ସ୍ୱିଙ୍ଗ୍‌: ଅଧିକାଂଶ କ୍ଷେତ୍ରରେ ପିଲାଙ୍କୁ ଡାଇବେଟିସ୍ ହୋଇଥିଲେ ଚିଡ଼ଚିଡ଼ାପଣ, ବାରମ୍ବାର କାନ୍ଦିବା, ରାଗିବା ଭଳି ଲକ୍ଷଣ ଦେଖାଦେଇଥାଏ ।

୭. ଘା’ ଶୀଘ୍ର ନଶୁଖିବା: ଡାଇବେଟିସ୍ ହୋଇଥିଲେ ଶରୀରରେ ଥିବା କ୍ଷତ ଶୀଘ୍ର ଶୁଖିନଥାଏ । ଏହା ଠିକ୍ ହେବା ପାଇଁ ଦୀର୍ଘ ସମୟ ନେଇଥାଏ ।

ଡାକ୍ତରଙ୍କ କହିବାନୁଯାୟୀ ପିଲାଙ୍କ କ୍ଷେତ୍ରରେ ଟାଇପ୍‌-୧ ଡାଇବେଟିସ୍ ହୋଇଥିଲେ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ହରମୋନ୍ ଇନସୁଲିନ୍ ଉତ୍ପାଦନ ହୋଇନଥାଏ । ତେଣୁ ଉପରୋକ୍ତ ଲକ୍ଷଣ ଦେଖାଗଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

– ଉପରୋକ୍ତ ଲକ୍ଷଣ ଦେଖାଗଲେ ତୁରନ୍ତ ରକ୍ତଶର୍କରା ସ୍ତର ଯାଞ୍ଚ କରନ୍ତୁ
– ପିଲାଙ୍କୁ ଶାରୀରିକ କାର୍ଯ୍ୟକଳାପ (activities) ପାଇଁ ପ୍ରୋତ୍ସାହିତ କରନ୍ତୁ
– ଯେତେ ଦୂର ସମ୍ଭବ ପିଲାଙ୍କୁ ଚିନିର ସେବନ କରାନ୍ତୁ

 

Get real time updates directly on you device, subscribe now.