fbpx
BJD SKY
BJD SKY

ହସ୍ପିଟାଲରୁ ପୁଣି ତିହାର ଜେଲ୍ ଯିବେ ସଂଜୟ ସିଂହ, ଏପରି କହିଲେ ଜେଲ୍ କର୍ତ୍ତୃପକ୍ଷ

BJD

ନୂଆଦିଲ୍ଲୀ:ଦିଲ୍ଲୀରେ ରାଜନୈତିକ ହଟଚମଟ ମଧ୍ୟରେ ଆମ ଆଦ୍‌ମୀ ପାର୍ଟିକୁ ମଙ୍ଗଳବାର ଏକ ବଡ ଆଶ୍ୱସ୍ତି ମିଳିଛି ଯାହା ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ପାର୍ଟି ପାଇଁ ଏକ ସଞ୍ଜିବନୀ ସହ ସମାନ । ମଙ୍ଗଳବାର ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । କିନ୍ତୁ ତିହାର ଜେଲ୍‌କୁ ଏ ପର୍ଯ୍ୟନ୍ତ ସଞ୍ଜୟ ସିଂହଙ୍କୁ ମୁକ୍ତି କରାଯିବା ନେଇ କୌଣସି ଅର୍ଡର ଆସିନାହିଁ । ତେବେ ଟ୍ରାଏଲ୍ କୋର୍ଟରେ ଆଜି ଜାମିନ ସର୍ତ୍ତ ସହିତ ଅର୍ଡର ପ୍ରସ୍ତୁତ ହେବ ଓ ଏହାପରେ ଜେଲ୍‌କୁ ଅର୍ଡର ପଠାଇ ଦିଆଯିବ ।

ମିଳିଥିବା ସୂଚନା ଅନୁଯାୟୀ ହସ୍ପିଟାଲରୁ ସଞ୍ଜୟ ସିଂହ ମୁକ୍ତ ହେବେ ନାହିଁ । ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ପୁଣି ତିହାର ଯିବେ । ଦ୍ୱିପ୍ରହର ସୁଦ୍ଧା ଜେଲ୍‌କୁ ଅର୍ଡର ଯିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ମୁକ୍ତି କରାଯିବ । ତିହାର ସୂତ୍ରରୁ କୁହାଯାଇଛି କି ତାଙ୍କ ମୁକ୍ତି ଆଜି ଅର୍ଡର ଉପରେ ନିର୍ଭର କରୁଛି କି ଏହା କେତେବେଳ ସୁଦ୍ଧା ପହଞ୍ଚିବ । ଯଦି ଅର୍ଡର ଦ୍ୱିପ୍ରହର ସୁଦ୍ଧା ପହଞ୍ଚିବ ତେବେ ତାଙ୍କୁ ସନ୍ଧ୍ୟା ୭ଟା ସୁଦ୍ଧା ଜେଲ୍‌ରୁ ମୁକ୍ତି କରିଦିଆଯିବ ।

ସଞ୍ଜୟଙ୍କ ପତ୍ନୀ କହିଛନ୍ତି ସଞ୍ଜୟଙ୍କୁ ରୁଟିନ୍ ଚେକ୍ ଅପ୍ ଲାଗି କାଲି ଆଇଏଲ୍‌ବିଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ କାଲି ଆମକୁ ଜଣାପଡିଲା କି ତାଙ୍କୁ ଜାମିନ ମିଳିଗଲା ବୋଲି । ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଏହାପରେ ସେ ତିହାର ଯିବେ ।

Get real time updates directly on you device, subscribe now.