fbpx

ସାବଧାନ୍! ସ୍ମାର୍ଟଫୋନ ଓ ଟାବଲେଟରେ ଖେଳିବା ଦ୍ୱାରା ରୋଗାଗ୍ରସ୍ତ ହୋଇପାରନ୍ତି ଛୁଆ

ଯଦି ଆପଣଙ୍କ ଛୋଟ ଶିଶୁ ବେଶି ସମୟ ସ୍ମାର୍ଟଫୋନ୍, ଟାବଲେଟରେ ବିତାଉଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । ରିସର୍ଚ୍ଚରୁ ଜଣାପଡିଛି ଯେ, ମୋବଇଲ ଭଳି ସ୍କିନିଡ ଉପକରଣ ୩୦ ମିନିଟରୁ ଅଧିକ ସମୟ ପିଲାଙ୍କୁ ଦେଖାଇବା ଦ୍ୱାରା ଶିଶୁର କହିବାର ବିଳମ୍ବତା ପ୍ରାୟ ୪୯ ପ୍ରତିଶତ ବଢିଥାଏ । ଅର୍ଥାତ ଛୋଟ ପିଲାମାନେ କଥା କହିବାରେ ଅଧିକ ସମୟ ନେଇଥାନ୍ତି ।

କନାଡାର ଶିଶୁରୋଗ ବିଶେଷଜ୍ଞ କହିଛନ୍ତି ଯେ, ଆଜିକାଲି ସ୍କାର୍ଟଫୋନ୍, ଟାବଲେଟ ଓ ଅନ୍ୟାନ୍ୟ ସ୍କିନିଡ ଉପକରଣ ସବୁସ୍ଥାନରେ ଉପସ୍ଥିତ ରହୁଛି । ପିଲାମାନେ ଜିଦି କରି ଏଥିରେ ଅଧିକ ସମୟ ପର୍ଯ୍ୟନ୍ତ ଖେଳିଥାନ୍ତି । ତେଣୁ କିଛି ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଏହି ଉପକରଣ ବ୍ୟବହାର କରିବା ଉଚିତ୍ । କାରଣ ଛୋଟ ପିଲାର କହିବାର ବିଳମ୍ବ ସହ ମୋବାଇଲ ବ୍ୟବହାରର ଗଭୀର ସମ୍ପର୍କ ରହୁଛି ।

Get real time updates directly on you device, subscribe now.