fbpx

ଏଣିକି ୧୨-୧୮ ବର୍ଷର ପିଲାଙ୍କୁ ମିଳିବ କରୋନା ଟିକା!; ପଢନ୍ତୁ ପୂରା ଖବର

ନୂଆଦିଲ୍ଲୀ: ୧୮ରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯାଇଥିବା ବେଳେ ଏଥିରେ ପରିବର୍ତ୍ତନ ଆସିବାକୁ ଯାଉଛି । ଏଣିକି ୧୨-୧୮ ବର୍ଷର ପିଲାଙ୍କ ପାଇଁ ଏକ କରୋନା ଟିକା ବାହାରିଛି । ଏହି ଟିକାଟି ବିନା ଇଞ୍ଜେକ୍ସନରେ ପ୍ରଦାନ କରାଯାଇପାରିବ । ଶୁକ୍ରବାର ଏପରି ଏକ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇଙ୍କ ନିକଟରେ ଆବେଦନ କରାଯାଇଛି । ଜାଇକୋଭ୍-ଡି ନାମକ ଏହି ଟିକାଟିକୁ ଜାଇଡସ୍ କାଡିଲା ପ୍ରସ୍ତୁତ କରିଥିବା ଜଣା ପଡିଛି । ଭାରତର ପ୍ରାୟ ୫୦ଟି କେନ୍ଦ୍ରରେ ଏହି କମ୍ପାନୀ ନିଜର ଟିକାର ପରୀକ୍ଷଣ କରି ସାରିଛି । ୫୦ କେନ୍ଦ୍ରରେ ପ୍ରାୟ ୧୦୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଉପରେ ଟିକାର ପରୀକ୍ଷଣ ସଫଳ ହୋଇଥିବା ଜଣାପଡିଛି । ଏହି ଟିକାଟି ୧୨-୧୮ ବର୍ଷର ପିଲାଙ୍କ ପାଇଁ ଉପଯୋଗୀ ଅଟେ ବୋଲି କୁହାଯାଇଛି । ଏହା ସହିତ ଦୁଇ ପରିବର୍ତ୍ତେ ଏହି ଟିକାର ୩ଟି ଡୋଜ୍ ନେବାକୁ ପଡିଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ପ୍ରାଥମିକ ପର୍ଯ୍ୟାୟ ବା ପ୍ରଥମ ଡୋଜରେ ଟିକାର ସଫଳତା ହାର ୬୬.୬ ପ୍ରତିଶତ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହା ସହିତ ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା ଜଣାପଡିଛି । ତେବେ ତୃତୀୟ ଡୋଜ ସମ୍ପୂର୍ଣ୍ଣ ହେବା ପରେ ଏହି ଟିକାଟି ଶତ ପ୍ରତିଶତ ସଫଳ ହେଉଥିବା ନେଇ କମ୍ପାନୀ ଦାବି କରିଛି ।
ଲାଗିବ ନାହିଁ ଛୁଞ୍ଚି: ଜାଇକୋଭ୍-ଡି ଟିକାର ତିନି ଡୋଜ୍ ଆବଶ୍ୟକ ହେଉଥିବା ବେଳେ ଏହା ଏକ ଇଣ୍ଟ୍ରାଡର୍ମାଲ ଭ୍ୟାକ୍ସିନ୍ । ଏହି ଟିକା ପ୍ଲାଜମିଡ୍ ଡିଏନ୍ଏ ଜରିଆରେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଫାର୍ମାଜେଟ୍ ଜରିଆରେ ଦିଆଯାଇଥାଏ । ଛୁଞ୍ଚି ଫୋଡାଯାଉନଥିବାରୁ ଏହି ଟିକାରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ଭାବନା ମଧ୍ୟ କମ୍ ରହିଥାଏ । ଏହି ଟିକାକୁ ସାଧାରଣ ତାପମାତ୍ରାରେ ସଂରକ୍ଷିତ ରଖାଯାଇ ପାରୁଥିବା ବେଳେ କୋଲ୍ଡ ଚେନର ଆବଶ୍ୟକତା ମଧ୍ୟ ପଡିନଥାଏ ।

Get real time updates directly on you device, subscribe now.