fbpx
BSKY
BJD SHG SKY
BJD MC SKY

ବିବାହ ବୈଧ ନ ଥିଲେ ବି ଏହି ସଂପର୍କରୁ ଜନ୍ମିତ ସନ୍ତାନ ପିତାମାତାଙ୍କ ସଂପତ୍ତିରୁ ଅଧିକାର ପାଇବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ବୈଧ  ନ ଥିବା ବୈବାହିକ ସଂପର୍କରୁ ଜନ୍ମ ନେଇଥିବା ସନ୍ତାନ ସନ୍ତତି ମଧ୍ୟ ସେମାନଙ୍କ ପିତାମାତାଙ୍କ ସମ୍ପତ୍ତିିରେ ଅଧିକାର ପାଇବେ । ହିନ୍ଦୁ ଉତ୍ତରାଧିକାରୀ ଆଇନ ଆଧାରରେ ସେମାନେ ନିଜ ପିତାମାତାଙ୍କ ସମ୍ପତ୍ତି ଉପରେ ସେମାନଙ୍କ ଅଧିକାର ଦାବୀ କରିପାରିବେ । ତେବେ ଏମାନେ ନିଜ ପିତାମାତାଙ୍କ ସମ୍ପତ୍ତି ବ୍ୟତିତ ପରିବାରର ଅନ୍ୟ କାହାର ସଂପତ୍ତି ଉପରେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ରେଭାନାସିଦାପା ଭର୍ସେସ୍ ମଲ୍ଲିକାର୍ଜୁନ (୨୦୧୧) କେସ୍ରେ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ପୂର୍ବରୁ ଏହି କେସ୍ରେ ଦୁଇଜଣିଆ ବିଚାରପତି ବେଞ୍ଚ ଟିପ୍ପଣୀ ରଖିଥିଲେ ଯେ, ବୈଧ ନ ଥିବା ବିବାହରୁ ଜନ୍ମିତ ପିଲା ପିତାମାତାଙ୍କ ସଂପତ୍ତି ପାଇପାରିବେ ନାହିଁ ।

Get real time updates directly on you device, subscribe now.