fbpx

କ୍ରିକେଟ ଛାଡ଼ି ‘FreeFire’ ଖେଳିବେ ଧୋନୀ: ବ୍ରାଣ୍ଡ ଆମ୍ବାସଡର ଭାବରେ ଦାୟିତ୍ୱ ଦେଲା Garena

ନୂଆଦିଲ୍ଲୀ: ପୁଣିଥରେ ଭାରତକୁ କମବ୍ୟାକ କରିବାକୁ ଯାଉଛି ଲୋକପ୍ରିୟ ଅନଲାଇନ ଭିଡିଓ ଗେମ୍ ‘FreeFire’ । ଆସନ୍ତା ୫ ତାରିଖରୁ ପୁଣିଥରେ ସାରା ଦେଶରେ ‘FreeFire’ ଫିଭର ଚଢିବ । ତେବେ କମବ୍ୟାକରେ ଏକ ନୂଆ ରୂପରେ ଫେରୁଛି ଏହି ଲୋକପ୍ରିୟ ଅନଲାଇନ ଭିଡିଓ ଗେମ୍ । ଭାରତୀୟ କ୍ରିକେଟର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଅନେକ ସ୍ପୋର୍ଟସ ଆଇକନଙ୍କ ସହ ହାତ ମିଳାଇଛି ‘FreeFire’ । ତେବେ ଏଣିକି ‘FreeFire’ ଗେମ୍ ରେ ନଜର ଆସିବ ମାହିଙ୍କ ଚେହେରା ।

କ୍ୟାପଟେନ୍ କୁଲ ମାହିଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବରେ ଚୟନ କରିଛି Garena । ତେବେ ଏହି ଖେଳରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି କମ୍ପାନୀ । ଭିଡିଓ ଗେମରେ ‘ଥାଲା’ ନାମରେ ଧୋନୀଙ୍କ ଚରିତ୍ରକୁ ଏହି ଗେମ୍ ରେ ସ୍ଥାନ ଦିଆଯିବ । ତେବେ ଏଭଳି କରିବାରେ ସେ ଭାରତର ପ୍ରଥମ ଖେଳାଳି ପାଲଟିଛନ୍ତି । ଅର୍ଥାତ୍ ‘FreeFire’ର ଅନ୍ୟାନ୍ୟ ଚରିତ୍ର ଭଳି ‘ଥାଲା’ ନାମରେ ମଧ୍ୟ ଏକ ଚରିତ୍ର ରହିବ, ଯାହା ଧୋନୀଙ୍କ ଚେହେରାକୁ ନେଇ ପ୍ରସ୍ତୁତ କରାଯିବ । ତେବେ ମାହିଙ୍କ ବ୍ୟତୀତ ଆହୁରି ଅନ୍ୟ ସ୍ପୋର୍ଟସର କିଛି ଆଇକନ୍ ଖେଳାଳି ମଧ୍ୟ ଏଥିରେ ସାମିଲ ହେବାକୁ ଯାଉଛନ୍ତି । ଭାରତର ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ, ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ, କବାଡି ଚମ୍ପିଆନ ରାହୁଲ ଚୌଦୂରୀ ଏବଂ ଟେନିସ ଷ୍ଟାର ଲିଆଣ୍ଡର ପେସ୍ ଧୋନୀଙ୍କ ସହ ଏହି ଗେମ୍ ରେ ସାମିଲ ହେବେ ।

ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମାହି ବର୍ତ୍ତମାନ ‘FreeFire’ ପ୍ରତି ଆକୃଷ୍ଟ ହୋଇଛନ୍ତି । ଏହାବ୍ୟତୀତ ନିଜ ବ୍ୟାନରରେ ସିନେମା ମଧ୍ୟ ପ୍ରସ୍ତୁତ କରୁଛନ୍ତି କ୍ୟାପଟେନ୍ କୁଲ । ସେହିପରି ଖୁବଶୀଘ୍ର ସେ ବଡ଼ ପରଦାରେ ନଜର ଆସିବେ ବୋଲି ପତ୍ନୀ ସାକ୍ଷୀ ବୟାନ ଦେଇଥିବା ବେଳେ ରାଜନୀତିକୁ ଆସିବା ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଛି । ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେ IPL ଖେଳୁଛନ୍ତି ।

Get real time updates directly on you device, subscribe now.