fbpx
BSKY
BJD SHG SKY
BJD MC SKY

ଅଗଷ୍ଟ ମାସରେ ୧୧% ବଢିଲା ଜିଏସ୍‌ଟି ସଂଗ୍ରହ, ପଞ୍ଚମ ଥର ହେଲା ଏହି ରେକର୍ଡ

ନୂଆଦିଲ୍ଲୀ: ଅଗଷ୍ଟ ମାସ ସରକାରଙ୍କ ପାଇଁ ଲାଭ ଦାୟକ ରହିଛି । ଅଗଷ୍ଟ ୨୦୨୩ରେ ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ରେକର୍ଡ କଲେକସନ୍ ସରକାରଙ୍କ ପାଣ୍ଠିକୁ ମଜବୁତ୍ କରିଛି । ରାଜସ୍ୱ ସଚିବ ଶୁକ୍ରବାର ଗଣାମଧ୍ୟମକୁ କହିଛନ୍ତି ଯେ, ଅଗଷ୍ଟ ମାସରେ ଜିଏସ୍‌ଟି ସଂଗ୍ରହ ୧୧% ବୃଦ୍ଧି ପାଇଛି ଏବଂ ମୋଟ୍ ୧,୬.୧୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଛି ।

ଏହା ସହିତ ପଞ୍ଚମ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୬୦ ଲକ୍ଷ କୋଟି ପାର୍ କରିଛି । ଅଗଷ୍ଟ ୨୦୨୨ରେ ଜିଏସ୍‌ଟି ସଂଗ୍ରହ ୧,୪୩,୬୧୨ କୋଟି ରହିଥିଲା । ସାଙ୍କେତିକ ରୂପରେ ଏଥିରେ ୮% ବୃଦ୍ଧି ରେକର୍ଡ ହୋଇଛି । ତେବେ ଜିଏସ୍‌ଟିର ସମ୍ପୁର୍ଣ୍ଣ ତଥ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । କେବଳ ରାଜସ୍ୱ ସଂଗ୍ରହ ବିଷୟରେ ସଚିବ ସୂଚନା ଦେଇଛନ୍ତି ।

ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ ଏପ୍ରିଲ ୨୦୨୩ରେ ସବୁଠୁ ଅଧିକ କର ସଂଗ୍ରହ ହୋଇଥିଲା । ଏହି ମାସରେ ମୋଟ୍ ଜିଏସ୍‌ଟି ୧.୮୭ ଲକ୍ଷ କୋଟିରେ ପହଞ୍ଚିଥିଲା । ସେହିପରି ଆର୍ଥିକ ବର୍ଷ ୨୦୨୧-୨୨ରେ ମାସିକ ଜିଏସ୍‌ଟି ସଂଗ୍ରହ ହାରାହାରି ୧.୧୦ ଲକ୍ଷ କୋଟି ରହିଥିଲା । ଯେତେବେଳେ କି ୨୦୨୨-୨୩ରେ ଏହା ୧.୫୧ ଲକ୍ଷ କୋଟି ରହିଥିଲା । ତେବେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଏହା ୧.୬୯ ଲକ୍ଷ କୋଟି ରହିଛି ।

Get real time updates directly on you device, subscribe now.