fbpx

(Video) “ପୁଅ ସହ ଲାଗିବା ପୂର୍ବରୁ…” ସମୀର ୱାନଖେଡ଼େଙ୍କୁ ଶାହରୁଖଙ୍କ ଜବାବ: ଟ୍ୱିଟ ହେଉଛି ଭାଇରାଲ

ମୁମ୍ବାଇ: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବଲିଉଡ କିଙ୍ଗ ଖାନ୍ ଶାହରୁଖଙ୍କ ନୂଆ ପ୍ରୋଜେକ୍ଟ ‘ଜୱାନ୍’ । ଶାହରୁଖଙ୍କ ଏହି ଚଳଚ୍ଚିତ୍ରକୁ ସବୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଏବେ ଏହାର ଟ୍ରେଲର ସାମନାକୁ ଆସିଛି । ୩ ମିନିଟର ଏହି ଟ୍ରେଲର ହିଁ ଭାରତର ଅଗଣିତ ଦର୍ଶକଙ୍କ ମନକୁ ଛୁଇଁ ପାରିଛି । ତେବେ ଏହି ଟ୍ରେଲରର ଶେଷରେ ଶାହରୁଖଙ୍କ ଡାଇଲଗ୍ ବେଶ ଚର୍ଚ୍ଚା ସାଉଁଟିଛି । ପୁଅ ଆର୍ଯ୍ୟନ ଖାନଙ୍କୁ ହୋଇଥିବା ଅସଦାଚରଣକୁ ନେଇ ଏହି ଡାଇଲଗ୍ ହୋଇଥିବା ଆଲୋଚନା ହେଉଛି । ଯାହା ପରୋକ୍ଷ ଭାବରେ ଶାହରୁଖ ଏନସିବି ନିର୍ଦ୍ଦେଶକ ସମୀର ୱାନଖେଡ଼େଙ୍କୁ ଟାର୍ଗେଟ କରିଥିବା କହୁଛନ୍ତି ଦର୍ଶକ ।

ବହୁ ପ୍ରତୀକ୍ଷିତ ସିନେମା ‘ଜୱାନ’ର ଟ୍ରେଲର ରିଲିଜ ହେବା ମାତ୍ରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି । ତେବେ ଏହାର ଶେଷରେ ଥିବା ଶାହରୁଖଙ୍କ ଡାଇଲଗ୍ ସମସ୍ତଙ୍କୁ ଚକିତ କରି ଦେଇଛି । କିଛି ଦିନ ତଳେ ଶାହରୁଖଙ୍କ ପୁଅ ଆର୍ଯ୍ୟନ୍ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇଥିବା ବେଳେ ଏହି ଅସଦାଚରଣର ପ୍ରତିଶୋଧ ନେଇଛନ୍ତି କିଙ୍ଗ ଖାନ୍ । ମାତ୍ର ଗୋଟିଏ ଟ୍ୱିଟର ପୋଷ୍ଟରେ ହିଁ ସମୀର ୱାନଖେଡେଙ୍କ ଠାରୁ ପ୍ରତିଶୋଧ ନେଇଛନ୍ତି ବଲିଉଡର ବାଦଶାହ । ଟ୍ୱିଟ କରି ସେ ଲେଖିଛନ୍ତି ଯେ, ‘ବେଟେ କେ ସାଥ ଲାଗନେ ସେ ପେହଲେ ବାପ୍ କେ ସାଥ୍ ବାତ କରଲେନା ଚାହିଏ(ପୁଅ ସହ ଲାଗିବା ପୂର୍ବରୁ ବାପା ସହ କଥା ହେବା ଉଚିତ)’ । ତେବେ କେହି ଜଣେ ଏହି ଡାଇଲଗ୍ କୁ ସମୀର ୱାଙ୍ଖେଡେଙ୍କ ସହ ସଂଯୋଗ କରିଛନ୍ତି । ଏହି ଡାଇଲଗ୍ ଦ୍ୱାରା ଶାହରୁଖ ସମୀରଙ୍କୁ ତାଙ୍କ ଉତ୍ତର ଦେଇଛନ୍ତି ବୋଲି ଦର୍ଶକ ପ୍ରତିକ୍ରିୟା ଦେଉଛନ୍ତି ।

ବର୍ତ୍ତମାନ ଏହି ଡାଇଲଗ ସହ ଏହି ଟ୍ୱିଟ ମଧ୍ୟ ଖୁବ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ନେଇ ଏବେ ଅନେକ ଚର୍ଚ୍ଚା ଲାଗିଛି । ତେବେ ଶାହରୁଖ ଖାନ କୌଣସି ଡାଇଲଗ୍ କିମ୍ବା ସୋସିଆଲ ମିଡିଆରେ ସମୀରଙ୍କୁ ନେଇ ଏଭଳି କୌଣସି ରାୟ ଦେଇନାହାନ୍ତି । ଚଳଚ୍ଚିତ୍ରରେ କୌଣସି ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବରେ କିଛି କୁହାଯାଇନାହିଁ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.