fbpx
BJD
BJD SKY
BJD SKY

ନୂଆ ରୂପରେ ଲଞ୍ଚ ହେଲା Royal Enfield Bullet 350: ଜାଣନ୍ତୁ ଏଥିର କଣ ହୋଇଛି ପରିବର୍ତ୍ତନ ଏବଂ ଦାମ୍‌

ନୂଆଦିଲ୍ଲୀ: ରୟାଲ ଏନଫିଲ୍ଡ ଶୁକ୍ରବାର ଏହାର ସବୁଠୁ ଲୋକପ୍ରିୟ ବାଇକ୍ ରୟାଲ ଏନଫିଲ୍ଡ ବୁଲେଟ୍ ୩୫୦ କୁ ନୂଆ ରୂପରେ ଲଞ୍ଚ କରିଛି । ଯାହାର ଦାମ୍ ୧,୭୩,୫୬୨ ଟଙ୍କା ଏକ୍ସ ସୋ ରୁମ୍ ଦର ମୂଲ୍ୟ ରହିଛି । ଏହାକୁ ମିଲେଟ୍ରୀ ରେଡ୍ ଏବଂ ମିଲେଟ୍ରୀ ବ୍ଲାକ୍ ରଙ୍ଗରେ କିଣିପାରିବେ ଗ୍ରାହକ । ସେହିପରି ଏହାର ମିଡ୍ ସ୍ପେସ୍ ଭାରିଏଣ୍ଟ ଷ୍ଟାଣ୍ଡାର୍ଡ ମେରୁନ୍ ଏବଂ ବ୍ଲାକ୍ ପାଇଁ ଏକ୍ସ ସୋ ରୁମ୍ ମୂଲ୍ୟ ୧,୯୭,୩୬ ରହିଛି । ଏବଂ ଟପ୍ ଅଫ ଦି ଭାରିଏଣ୍ଟ ଲାଇନ୍ ୨,୧୫,୮୦୧ ଟଙ୍କା ଏକ୍ସ ସୋ ରୁମ୍ ମୂଲ୍ୟ ରହିଛି ।

ନୂତନ୨୦୨୩ ବୁଲେଟ୍ ୩୫୦ ରେ ୩୪୯cc ଏୟାର-ଅଏଲ କୁଲର, ସିଂଗିଲ ସିଲିଣ୍ଡର ଇଞ୍ଜିନ୍ ଅଛି, ଯାହା ମେଟେର, କ୍ଲାସିକ୍ ଏବଂ ହଣ୍ଟର୍ ୩୫୦ ମଡେଲରେ ପୂର୍ବରୁ ଥିଲା। ଯାହା ବାଇକକୁ ୬,୧୦୦ rpm ରେ ୨୦.୪୮ bhp ଏବଂ ୪,୦୦୦ rpm ରେ ୨୭ NM ଟର୍କ ସୃଷ୍ଟି କରିଥାଏ। ଏହା ସହିତ ଇଞ୍ଜିନ୍ 5-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ା ଯାଇଛି।

ରୟାଲ୍ ଏନଫିଲ୍ଡ ବୁଲେଟ୍ ୩୫୦ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବାଇକ୍ ତାଲିକାରେ ହାର୍ଲି ଡେଭିଡସନ୍ ଏବଂ ଟ୍ରାଇମ୍ଫ ଭଳି ବାଇକ୍ ମଧ୍ୟ ଆସିଛି। ଏହା ସତ୍ୱେ ରୟାଲ୍ ଏନଫିଲ୍ଡ ଏହାର ସେଗମେଣ୍ଟରେ ସବୁଠାରୁ ପ୍ରିୟ ବାଇକ୍ ହୋଇ ରହିଛି।

Get real time updates directly on you device, subscribe now.