fbpx

ଦର୍ଶକଙ୍କ ହୃଦୟ ଜିତୁଛନ୍ତି ଶିଶୁ କଳାକାର ଲିପାକ୍ଷୀ ଦାସ, ପୂର୍ବରୁ ବାପା ଦେଖାଇ ସାରିଛନ୍ତି ନିଜର ଦକ୍ଷତା

ଭୁବନେଶ୍ୱର: ଶିଶୁ କଳାକାର ଲିପାକ୍ଷୀ ଦାସଙ୍କ ଅଭିନୟକୁ ନେଇ ଚର୍ଚ୍ଚା। ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚିତ୍ର ‘ମହାବାହୁ’ରେ ଚମତ୍କାର ଅଭିନୟ କରି ଲିପାକ୍ଷୀ ସମସ୍ତଙ୍କ ମନରେ ଘର କରିପାରିଛନ୍ତି। ଏହି ଫିଲ୍ମରେ ଏକ ଚମତ୍କାରୀ ଝିଅ ଭୁମିକାରେ ସେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଶିଶୁ ଶୁଶୁକଳାକାର ଭାବେ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଏବଂ ଭାବନା ତାଙ୍କର ଦକ୍ଷତାକୁ ଦର୍ଶାଇଥିଲା ଏବଂ ଓଡ଼ିଶା ଚଳଚିତ୍ର ଜଗତରେ ଆଗାମୀ ସୁପରଷ୍ଟାରଙ୍କ ଆଗମନ ବିଷୟରେ ସଙ୍କେତ ଦେଇଥିଲା।

ଲିପାକ୍ଷୀ ହେଉଛନ୍ତି ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କ ଝିଅ। ଏହି ଚଳଚିତ୍ରରେ ଚମତ୍କାର ଅଭିନୟ ବ୍ୟତିତ ମନୋରଞ୍ଜନ ଧର୍ମୀ ଶର୍ଟ ଭିଡିଓ ଆପ୍ ‘ଜୋଶ’ରେ ତାଙ୍କର ଦକ୍ଷତା ବଳରେ ୩ ହଜାରରୁ ଅଧିକ ଫଲୋଅର୍ସ ଥିବାବେଳେ ହଜାର ହଜାର ଲୋକଙ୍କ ମନରେ ସେ ଜାଗା ସୃଷ୍ଟି କରି ପାରିଛନ୍ତି ।

Lepakshey das film

ମାତ୍ର ୯ ବର୍ଷ ବୟସରେ ଲିପାକ୍ଷୀ ତାଙ୍କ ନାମରେ ଅନେକ ପୁରସ୍କାର କରି ସାରିଛନ୍ତି। ନାଚ, ଗୀତ ଏବଂ ଅଭିନୟ କ୍ଷେତ୍ରରେ ଚମତ୍କାର ଦକ୍ଷତା ପାଇଁ ସେ ଏହି ସବୁ ପୁରସ୍କାର ପାଇଛନ୍ତି। ଲିପାକ୍ଷୀ ମାତ୍ର ୪ ବର୍ଷ ବୟସରେ ଅଭିନୟ ଜଗତକୁ ପ୍ରବେଶ କରିଥିଲ। କିନ୍ତୁ ମହାବାହୁ ଚଳଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଶଣ କରି ପାରିଛନ୍ତି।

Lepakshey das parents

ଅଭିନୟ ବ୍ୟତୀତ ଲିପାକ୍ଷୀ ଗୀତ ଏବଂ ଓଡ଼ିଶୀ ନୃତ୍ୟ ପ୍ରତି ମଧ୍ୟ ରୁଚି ରଖନ୍ତି। ଚତୁର୍ଥ ଶ୍ରେଣୀ ପଢ଼ୁଥିବା ଲିପାକ୍ଷୀ କଟକରେ ଆୟୋଜିତ ଅନେକ ପ୍ରତିଯୋଗିତାର ବିଜୟୀ ହୋଇଥିବା ଲିପାକ୍ଷୀ ତାଙ୍କ ପିତାମାତା ଶ୍ରୀତମ ଦାସ ଏବଂ ମାତା ପୁନମ ଦାସଙ୍କ ଦ୍ୱାରା ଅନୁପ୍ରାଣିତ ବୋଲି କୁହନ୍ତି। ଓଡ଼ିଆ ଚଳଚିତ୍ର ଜଗତରେ ଶ୍ରୀତମ ଦାସ ଜଣେ ଜଣାଶୁଣା ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଟନ୍ତି।

Get real time updates directly on you device, subscribe now.