fbpx
BJD SKY
BJD SKY

ଟନସିଲାଇଟିସ ହେଲେ କରନ୍ତୁନି ଅଣଦେଖା: ଲକ୍ଷଣ ଜାଣି ଏପରି କରନ୍ତୁ ଚିକିତ୍ସା

BJD

ଟନସିଲାଇଟିସ ବା ଟନସିଲ ପ୍ରଦାହ ରୋଗ ଟନସିଲରେ ଆରମ୍ଭ ହେଉଥିବା ଏକ ପ୍ରକାର ଦୃତ ଗତିର ପ୍ରଦାହକୁ ବୁଝାଏ । ଏହା ଏକ ପ୍ରକାର ଫାରିଞ୍ଜାଇଟିସ ରୋଗ । ଏଥିରେ ତଣ୍ଟି ଦରଜ, ଜ୍ୱର, ଟନସିଲର ବଡ଼ ଆକାର ହୁଏ, ଗିଳିବାରେ ସମସ୍ୟା ହୁଏ ଓ ଲସିକା ଗ୍ରନ୍ଥି ବଢ଼ିଯାଏ ।ରୋଗ ଜଟିଳ ହେଲେ ପେରିଟନସିଲାର ଆବସେସ ରୋଗ ହୁଏ ।

ଟନସିଲାଇଟିସ ରୋଗ ସାଧାରଣତଃ ଏକ ଭୁତାଣୁ ଜନିତ ସଂକ୍ରମଣ, ମାତ୍ର ୫ର-୪୦% କେଶ୍‌ରେ ଜୀବାଣୁ ସଂକ୍ରମଣ ଯୋଗୁ ହୁଏ । ଗ୍ରୁପ ଏ ଷ୍ଟ୍ରେପ୍ଟୋକୋକସ ଜୀବାଣୁ ଯୋଗୁ ଏହି ରୋଗ ହେଲେ ତାହାକୁ ସ୍ଟ୍ରେପଥ୍ରୋଟ କୁହାଯାଏ । କ୍ୱଚିତ କେତେକ କେଶ୍‌ରେ ଅନ୍ୟ ଜୀବାଣୁ ଯେପରିକି ନାଇସେରିଆ ଗନୋରିଆ, କୋରିନୋବ୍ୟାକ୍ଟେରିଅମ ଡିଫଥେରି ବା ହେମୋଫାଇଲସ ଇନଫ୍ଲୁଏଞ୍ଜି ଯୋଗୁ ହୁଏ । ବାୟୁ ମାଧ୍ୟମରେ ଏହି ସଂକ୍ରମଣ ମଣିଷରୁ ମଣିଷକୁ ବ୍ୟାପିଯାଏ । ସେଣ୍ଟର ସ୍କୋର ନାମକ ସ୍କୋରିଙ୍ଗ ସିସ୍ଟମ ସାହାଯ୍ୟରେ କାରଣମାନଙ୍କୁ ପୃଥକ କରାଯାଏ । ଥ୍ରୋଟ ସ୍ୱାବ ବା ରାପିଡ ସ୍ଟ୍ରେପ ଟେଷ୍ଟ ସାହାଯ୍ୟରେ ଏହି ରୋଗ ନିଧାର୍ଯ୍ୟ କରାଯାଏ ।

ଯଦି ଆପଣଙ୍କର ଗଳା ଯନ୍ତ୍ରଣା ହେଉଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଟନସିଲାଇଟିସର ଏକ ସଙ୍କେତ ହୋଇପାରେ । ଟନସିଲାଇଟିସ ହେଉଛି ଏକ ପ୍ରକାର ସଂକ୍ରମଣ, ଯାହା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା କିମ୍ବା ପରିଷ୍କାର ପରିଚ୍ଛନ୍ନତାର ଅଭାବ ହେତୁ ହୋଇପାରେ । ସାଧାରଣ ଥଣ୍ଡା-କାଶ କିମ୍ବା ସର୍ଦ୍ଦି ହେଲେ ଏହାକୁ ଅଣଦେଖା କରିବା ପରିବର୍ତ୍ତେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଯଦି ଔଷଧ ଦ୍ୱାରା ଏହା ଭଲ ହେଉନାହିଁ ଓ ଯନ୍ତ୍ରଣା ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଛି, ତେବେ ଏହା ଗଳାରେ କର୍କଟ ରୋଗର ରୂପ ନେଇପାରେ । ଏପରି ପରିସ୍ଥିତିରେ, ଟନସିଲାଇଟିସ ପ୍ରତି ସାବଧାନ ରହିବା ଉଚିତ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଟନସିଲ୍ ଗଳାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ଗଳାର ଉଭୟ ପାର୍ଶ୍ୱରେ ଥାଏ । ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବା ଟନସିଲର ମୁଖ୍ୟ କାମ । ଅର୍ଥାତ୍ ଟନସିଲ୍ ଶରୀରରେ ଜୀବାଣୁ ପ୍ରବେଶ କରିବାରୁ ରୋକିଥାଏ । ଯଦି ଟନସିଲରେ କୌଣସି ପ୍ରକାରର ସଂକ୍ରମଣ ହୁଏ, ତେବେ ଟନସିଲ ବଢିବା ଆରମ୍ଭ ହୁଏ । ଏହାକୁ ଟନସିଲାଇଟିସ କୁହାଯାଏ । ଫଳରେ ପୀଡିତଙ୍କୁ ଗଳାରେ ଯନ୍ତ୍ରଣା ହୁଏ ଓ କଥା ହେବାରେ ଅସୁବିଧା ଅନୁଭବ ହୁଏ । ଟନସିଲାଇଟିସ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି ।

ଲକ୍ଷଣ :-

ଏହା ହେଲେ ତଣ୍ଟି ଦରଜ ହୁଏ ଓ ଫୁଲିଯାଏ
ଜ୍ୱର ହୁଏ
ଟନସିଲର ଆକାର ବଡ଼ ହୁଏ
ଗିଳିବାରେ ସମସ୍ୟା ହୁଏ
ଦୁର୍ବଳତା, ଥକ୍କାପଣ ଏବଂ ଉତ୍ତେଜନା ଅନୁଭବ ହୁଏ
ଲସିକା ଗ୍ରନ୍ଥି ବଢ଼ିଯାଏ
ଛୋଟ ପିଲାମାନଙ୍କ ଶ୍ୱାସ ନେବାରେ ଅସୁବିଧା
ରୋଗ ଜଟିଳ ହେଲେ ପେରିଟନସିଲାର ଆବସେସ ରୋଗ ହୁଏ

କାରଣ :-

ଟନସିଲାଇଟିସର କାରଣ ପାଟିର ମଇଳା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ । ଏହା ବ୍ୟତୀତ ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ ଏବଂ କାଶ ଦ୍ଵାରା ଏହା ବ୍ୟାପିଥାଏ । ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କ ଏବଂ କାଶ ସଂସ୍ପର୍ଶରେ ଆସିଲେ ସେ ମଧ୍ୟ ସଂକ୍ରମିତ ହୁଅନ୍ତି । ଅଇଁଠା ଖାଦ୍ୟ ଓ ପାନୀୟ ଦ୍ଵାରା ମଧ୍ୟ ଏହା ସଂକ୍ରମିତ ହୁଏ ।

ଉପଚାର :-

ଆବଶ୍ୟକ ପରିମାଣରେ ବିଶ୍ରାମ ନିଅନ୍ତୁ । ଯଦି ସମ୍ଭବ ହେଉଛି, ବାହାରକୁ ନଯାଇ ଘରେ ଗୁହନ୍ତୁ । ଅଧିକରୁ ଅଧିକ ପାଣି ପିଅନ୍ତୁ । ଲୁଣ ପାଣିରେ ଗାର୍ଗଲିଂ କରନ୍ତୁ । ଉଷୁମ ପାଣିରେ ମହୁ ମିଶାଇ ସେବନ କରିବା ଦ୍ୱାରା ଟନସିଲାଇଟିସରୁ ଆରାମ ମିଳିଥାଏ । ଅଦା ପାଣିରେ ମଧ୍ୟ ଗାର୍ଗଲିଂ କରିପାରିବେ । ଫିଟିକିରି ଗୁଣ୍ଡକୁ ପାଣିରେ ଫୁଟାଇ ଗାର୍ଗଲିଂ କରିବା ଦ୍ୱାରା ଗଳା ସଂକ୍ରମଣ ଭଲ ହୁଏ । ଧୂମପାନଠୁ ଦୂରେଇ ରୁହନ୍ତୁ । ହାତ ସବୁବେଳେ ସଫା ରଖନ୍ତୁ ।

Get real time updates directly on you device, subscribe now.