fbpx

କାଲି ଦିନ ୧ଟାରୁ ସ୍କୁଲ-କଲେଜ ଛୁଟି: ଓଡ଼ିଶା ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଦିନ ଗୋଟାଏ ପରେ ସବୁ ଶିକ୍ଷାନୁଷ୍ଠାନ, ଅଫିସ ବନ୍ଦ ରହିବ । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସବୁ ଅଫିସ, ସ୍କୁଲ ଓ କଲେଜ ବନ୍ଦ ରହିବ । ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

ତେବେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଭୁବନେଶ୍ୱରରେ ପହଞ୍ଚିବା ସମୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ୯ଟା ୩୦ ପରିବର୍ତ୍ତେ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ପୂର୍ବ ନିର୍ଧାରିତ ସମୟ ଠାରୁ ୧ଘଣ୍ଟା ୨୦ ମିନିଟ ବିଳମ୍ବରେ ରାଷ୍ଟ୍ରପତି ପହଞ୍ଚିବେ। ପରେ ବାୟୁସେନାର ସ୍ୱତନ୍ତ୍ର ହେଲିପ୍ୟାଡରେ ଯିବେ ପୁରୀ । ଶ୍ରୀମନ୍ଦିର ଯାଇଁ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କାରକେଡ଼ ରିହର୍ସଲ କରାଯାଇଛି। ତାଳବଣିଆ ହେଲିପ୍ୟାଡ଼ ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ହୋଇଥିଲା ରିହର୍ସଲ । ରିହର୍ସଲରେ ପୁଲିସ ଓ ଜିଲ୍ଲାପ୍ରଶାସନର ଅଧିକାରୀ ସାମିଲ ଥିଲେ ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ସିଂହଦ୍ୱାର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ୧୧ ତାରିଖରେ ସେ ଭୁବନେଶ୍ୱରର ଖଣ୍ଡଗିରିରେ ଥିବା ତପୋବନ ସ୍କୁଲ ଓ ୟୁନିଟ-୨ ଗାର୍ଲସ ହାଇସ୍କୁଲ ଯିବେ ।

Get real time updates directly on you device, subscribe now.