ଆସନ୍ତା ୬ରୁ ଚିଲିକା ବିହଙ୍ଗ ଉତ୍ସବ, ପକ୍ଷୀ ଗଣନା ପାଇଁ ବ୍ୟବହାର ହେବ ନୂଆ ଟେକ୍ନୋଲୋଜି
ସେନସର ସାହାଯ୍ୟରେ ହେବ ପକ୍ଷୀ ଓ କଇଁଛ ଗଣନା । ବିଦେଶୀ ପକ୍ଷୀଙ୍କ ବେକରେ ଲାଗିବ ସାଟେଲାଇଟ୍ ରିଂ ।
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଚିଲିକା ବିହଙ୍ଗ ଉତ୍ସବ । ଆସନ୍ତା ଜାନୁଆରୀ ୬ରୁ ୧୨ ତାରିଖ ଯାଏଁ ବିହଙ୍ଗ ଉତ୍ସବ ଚାଲିବ ।
ପକ୍ଷୀ ନିରୀକ୍ଷଣ ଓ ଭ୍ରମଣ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ନୂଆ ଟେକ୍ନୋଲୋଜି: ଏଥର ନୂଆ ଟେକ୍ନୋଲୋଜି ମାଧ୍ୟମରେ ହେବ ପକ୍ଷୀ ଗଣନା । ବିଭିନ୍ନ ପ୍ରକାର ସେନସରର ସହାୟତାରେ ଏକାସଙ୍ଗେ ପକ୍ଷୀ ଓ କଇଁଛ ଗଣନା ହେବ ।
ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ: ବିଭିନ୍ନ ପକ୍ଷୀଙ୍କୁ ହାରନେସ୍ କଲାର (ପଟି) ମାଧ୍ୟମରେ ଚିହ୍ନଟ କରାଯିବ । ଇରାନ୍ ଓ ସିରିଆ ପକ୍ଷୀଙ୍କୁ ସାଟେଲାଇଟ୍ ରିଂ ଲଗାଯିବ ।