fbpx

୨୦୨୫ରେ ହେବ ଚୀନ-ଆମେରିକା ମହାଯୁଦ୍ଧ: US ବାୟୁସେନା ଜେନେରାଲଙ୍କ ବୟାନ ପରେ ସାରା ବିଶ୍ୱରେ ହଲଚଲ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବ ବେଳେ ବହୁ ଦେଶ ବାଦ ବିବାଦ ଘେରରେ ରହିଛନ୍ତି । ପାଖାପାଖି ୧ ବର୍ଷ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଚୀନ-ତାଇୱାନ ମଧ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ତେବେ ଏହା ମଧ୍ୟରେ ଆମେରିକାର ବାୟୁସେନା ଜେନେରାଲ ମାଇକ୍ ମିନହାନ ଏକ ବଡ଼ ବୟାନ୍ ଦେଇଛନ୍ତି ।

ଆମେରିକାର ବାୟୁସେନା ଜେନେରାଲ କହିଛନ୍ତି, ମୁଁ ଯାହା ଭାବୁଛି, ଆଶା କରୁଛି ତାହା ଭୁଲ ପ୍ରମାଣିତ ହେଉ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଚୀନ-ଆମେରିକା ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୋଇପାରେ । ମୋର ଅନ୍ତରାତ୍ମା କହୁଛି ଆସନ୍ତା ୨୦୨୫ରେ ଏହି ଭୟଙ୍କର ଯୁଦ୍ଧ ଦେଖିବାକୁ ମିଳିପାରେ । ତେଣୁ ଆମେରିକୀୟ ସେନା ଏନେଇ ଯୁଦ୍ଧାଭ୍ୟାସ କରିବା ଜରୁରୀ ।

ତେବେ ଏୟାର ମୋବିଲିଟି କମାଣ୍ଡର ପ୍ରମୁଖ ଜେନେରାଲ ମାଇକ୍ ଏ ବାବଦରେ ବରିଷ୍ଠ ଅଧିକାରୀଙ୍କୁ ମେମୋ ମଧ୍ୟ ପଠାଇଛନ୍ତି । ମାଇକଙ୍କ ଏହି ଦୃଢ଼ୋକ୍ତି ପରେ ଏବେ ବିଶ୍ୱରେ ହଲଚଲ ଆରମ୍ଭ ହୋଇଯାଇଛି । ଏଥିସହିତ ଆସନ୍ତା ୨୦୨୪ରେ ଉଭୟ ଆମେରିକା ଓ ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ହେବ । ତେଣୁ ଆମେରିକା ବିଚଳିତ ହୋଇଉଠିବ । ଏହି ଅବସରରେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ତାଇୱାନ ଉପରେ କର୍ତ୍ତୃତ୍ୱ ଜାହିର କରିବା ସହ ସୁଯୋଗର ପୂରା ଫାଇଦା ଉଠାଇବାକୁ ପ୍ରୟାସ କରିବେ ବୋଲି ମାଇକ୍ ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.