fbpx

ବାସି ରୁଟିରେ ଥାଏ ଅନେକ ଫାଇଦା; ଖାଇବା ଦ୍ୱାରା ଦୂର ହୋଇଥାଏ ଏହିସବୁ ସମସ୍ୟା

ବାସି ରୁଟିକୁ ପ୍ରୟ ଅନେକ ଲୋକେ ନା ପସନ୍ଦ କରିଥାନ୍ତି । ଏଥିସହିତ ଏହାକୁ ସେବନ ମଧ୍ୟ କରି ନଥାନ୍ତି । ଆପଣ ନିଶ୍ଚିତ ଭାବରେ ଘରର ବୟସ୍କ ଲୋକଙ୍କ ଠାରୁ ଶୁଣିଥିବେ ଯେ ବାସି ରୁଟି ଖାଇବା ଉଚିତ୍ ନୁହେଁ । ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ତେଣୁ ସର୍ବଦା ଗରମ ରୁଟି କିମ୍ବା ଗରମ ଖାଦ୍ୟ ଖାଇବା ଉଚିତ୍ । ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ବାସି ରୁଟିକୁ ଦେଖି ବିରକ୍ତ ମଧ୍ୟ ହୁଅନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗରମ ରୁଟି ଠାରୁ ବାସି ରୁଟିରେ ଅନେକ ଫାଇଦା ଥାଏ । ଏଥିସହିତ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ହୋଇଥାଏ । ସକାଳ ହେଉ କିମ୍ବା ସନ୍ଧ୍ୟା, ଆଜି ମଧ୍ୟ ଗାଁରେ ଅନେକ ଲୋକ କ୍ଷୀର ଓ ବାସି ରୁଟି ଖାଇବାକୁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ବାସି ରୁଟି ଖାଇବାର କ’ଣ ସବୁ ଲାଭ ମିଳିଥାଏ?

ଏସିଡିଟି ଦୂର ହେବ: ଆଜି କାଲି ପ୍ରାୟ ସମସ୍ତେ ତେଲ ଓ ମସଲାଯୁକ୍ତ ଜିନିଷ ଖାଇବାକୁ ଖୁବ୍ ଭଲ ପାଉଛନ୍ତି । ଯାହାକି ତାଙଅକୁ ପରବର୍ତ୍ତି ସମୟରେ ଅନେକ ଅସୁବିଧାରେ ପକାଇଥାଏ । ଏଥିସହିତ ପେଟ ଜନିତ ସମସ୍ୟା ସହ ଏସିଡିଟି ସମସ୍ୟା ଦେଖାଯାଏ । ତେଣୁ ଏପରି ପରିସ୍ଥିତିରେ, ଯଦି ଆପଣ ବାସି ରୁଟି ଖାଆନ୍ତି, ତେବେ ଏହା ଆପଣଙ୍କ ଏହି ଏସିଡିଟି ଓ ପେଟ ସମସ୍ୟାକୁ ଦୂର କରିବ । ତେବେ ସକାଳ ଜଳଖିଆରେ କ୍ଷୀର ଓ ବାସି ରୁଟି ଖାଇବା ଦ୍ୱାରା ଏସିଡିଟି ବା ଅମ୍ଳତା ଦୂର ହୁଏ ଓ ପେଟର ଅନ୍ୟାନ୍ୟ ସମସ୍ୟା ମଧ୍ୟ ସମାପ୍ତ ହୁଏ ।

ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ହେବ: ଆଜିର ସମୟରେ ପ୍ରତ୍ୟେକ ଚାରିଜଣରେ ଜଣେ ବ୍ୟକ୍ତି ବ୍ଲଡ଼ ପ୍ରେସର ସମସ୍ୟାରେ ପୀଡିତ ଅଛନ୍ତି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯଦି କୌଣସି ବ୍ୟକ୍ତି ବ୍ଲଡ ପ୍ରେସର ସମସ୍ୟାରେ ପିଡିତ ଅଛନ୍ତି ତେବେ, ସେମାନେ ଥଣ୍ଡା କ୍ଷୀର ସହିତ ବାସି ରୁଟି ଖାଇବା ଉଚିତ୍ । ଏହା ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣରେ ରଖେ । କେବଳ ଏତିକି ନୁହେଁ, ଏହା ଅନ୍ୟାନ୍ୟ ଅନେକ ପ୍ରକାରର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଓଜନ ବଢ଼ାଇବାରେ ସାହାଯ୍ୟ କରେ ବାସି ରୁଟି: କିଛି ଲୋକ ଏପରି ଅଛନ୍ତି, ସେମାନେ ଯେତେ ଖାଆନ୍ତୁ ନା କାହିଁକି, ସେମାନଙ୍କର ଓଜନ ବଢେ ନାହିଁ । ଯଦି ଏପରି ଲୋକମାନେ ବାସି ରୁଟି ଖାଇବା ଆରମ୍ଭ କରନ୍ତି, ତେବେ ସେମାନେ ବହୁତ ଆରାମ ପାଇବେ । ବାସି ରୁଟିରେ ଫାଇବର ଓ ପ୍ରୋଟିନ୍ ମିଳିଥାଏ । ଯାହାକି ଓଜନ ବଢ଼ାଇବା ସହ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ଏହା ବହୁତ ସାହାଯ୍ୟ କରିଥାଏ ।

ଶରୀରର ତାପମାତ୍ରା ସନ୍ତୁଳିତ ରଖେ: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାସି ରୁଟି ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖେ । ସକାଳେ କ୍ଷୀର ଓ ବାସି ରୁଟି ଖାଇବା ଦ୍ୱାରା ଶରୀରର ତାପମାତ୍ରା ସନ୍ତୁଳିତ ରହିଥାଏ ଓ ଗ୍ରୀଷ୍ମ ଋତୁରେ ହାର୍ଟ ଷ୍ଟ୍ରୋକ୍ ଭଳି କୌଣସି ସମସ୍ୟା ଦେଖା ଦେଇନଥାଏ ।

Get real time updates directly on you device, subscribe now.