fbpx

ଏହି ଅସ୍ତ୍ରରେ ଭାରତ ଉପରକୁ ଆକ୍ରମଣ କରିଥିଲା ଚୀନ

ନୂଆଦିଲ୍ଲୀ, ୧୮ା୬: ଗତ ୧୫ ତାରିଖରେ ଲଦାଖର ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଘଟିଥିଲା । ସେଠାରେ ଚୀନ ସେନାମାନେ ପ୍ରଥମେ ଭାରତୀୟ ଯବାନଙ୍କ ଉପରକୁ ହମଲା କରିଥିବା ସୂଚନା ରହିଛି । ଚୀନ ସେନାମାନେ ଆକ୍ରମଣ ବେଳେ ଗୁଳି ବ୍ୟବହାର କରି ନଥିଲେ ବରଂ କଣ୍ଟା ଲଗାଯାଇଥିବା ଲୁହାରଡ , ପଥର , ବାଡ଼ିର ବ୍ୟବହାର କରିଥିଲେ । ସେଥିରେ ଭାରତର ୨୦ ଜଣ ସୈନ୍ୟ ସହିଦ ହୋଇଯାଇଥିଲେ । ଏହାସହ ଚୀନର ମଧ୍ୟ ବହୁ କ୍ଷୟକ୍ଷତି ଘଟିଥିଲା । ତାଙ୍କର ମଧ୍ୟ ୪୩ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା ।


ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସେନା ଚୀନର ଟେଣ୍ଟ (କୋଡ଼େନାମ- ପାଟ୍ରୋଲ ପଏଣ୍ଟ ୧୪) ହଟାଇବା ପରେ ଏହି ହିଂସାତ୍ମକ କାଣ୍ଡ ଘଟିଥିଲା ବୋଲି ଚୀନ କହିଛି । ଚୀନ ସେନାଙ୍କ କହିବା ଅନୁସାରେ ଭାରତୀୟ ସେନା ଦଳ ଦୁଇ ଦେଶର ମଧ୍ୟରେ ଥିବା ସୀମା ପାର କରି ସୀମା ପରିଚାଳନା ନିୟମକୁ ମଧ୍ୟ ଉଲ୍ଲଙ୍ଘନ କରିଥିଲେ ।

Get real time updates directly on you device, subscribe now.