fbpx

ବାନ୍ଦ୍ରା ପୋଲିସ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଚାଲିଛି ଜେରା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆହୁରି ଖେଳେତାଡରେ ଲାଗିପଡିଛି ପୋଲିସ । ଏହାରି ମଧ୍ୟରେ ପୋଲିସ ଆଜି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବା ପାଇଁ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଡକାଇଛି । ଖବର ମୁତାବକ, ଏବେ ବାନ୍ଦ୍ରା ପୋଲିସ ଷ୍ଟେସନରେ ରିୟାଙ୍କୁ ପଚରାଉଚରା ଚାଲିଛି ।

ତେବେ ପୋଲିସର ତଦନ୍ତ ଓ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଜଣାପଡିଛି । କିନ୍ତୁ ସମସ୍ତ ଅଭିଯୋଗ ଓ ଖଚଲାସା ପରେ ପ୍ରତ୍ୟେକ ଦିଗ ପ୍ରତି ପୋଲିସ ଧ୍ୟାନ ଦେଉଛି । କୁହାଯାଉଛି ଯେ, ସୁଶାନ୍ତ ଗତ ୬ ମାସ ଧରି ଡିପ୍ରେସନରେ ଥିଲେ । ଏନେଇ ସୁଶାନ୍ତଙ୍କ ଅନ୍ୟ କିଛି ବନ୍ଧୁମାନଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି ।

Get real time updates directly on you device, subscribe now.