fbpx
BJD SKY
BJD SKY

ଭାରତ ବିରୁଦ୍ଧରେ ପାକିସ୍ତାନର ଅଭିଯୋଗକୁ ସମର୍ଥନ କଲା ଚୀନ୍‌, କହିଲା ମାମଲାରେ ଆମର ହସ୍ତକ୍ଷେପର ଆବଶ୍ୟକତା ରହିଛି

BJD

ବେଜିଂ: ଚୀନ୍ ପୁଣି ତାର ପୁରୁଣା ସ୍ୱରୂପ ଦେଖାଇଛି ଓ ପାକିସ୍ତାନକୁ ସମର୍ଥନ କରିଛି । ଦୁଇ ପାକିସ୍ତାନ ଆତଙ୍କବାଦୀଙ୍କ ହତ୍ୟାକୁ ନେଇ ପାକିସ୍ତାନ ଭାରତ ଉପରେ କରିଥିବା ଅଭିଯୋଗକୁ ଚୀନ୍ ସମର୍ଥନ କରିଛି । ଚୀନ୍ ଏବେ ପାକିସ୍ତାନର କଥାକୁ ସତ୍ୟ ଭାବରେ ଗ୍ରହଣ କରି କହିଛି ଏହି ଘଟଣାରେ ଆମର ହସ୍ତକ୍ଷେପର ଆବଶ୍ୟକତା ରହିଛି ।

ଏହି ମାମଲାରେ ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି ତାଙ୍କ ଦେଶ ଆତଙ୍କବାଦ ଉପରେ ହାମଲା କ୍ଷେତ୍ରରେ ଦୁଇ ପ୍ରକାର ନୀତିକୁ ବିରୋଧ କରୁଛି । ଚୀନ୍ କହିଛି ଜାତିସଂଘ ପାକିସ୍ତାନର ଆତଙ୍କବାଦୀଙ୍କୁ ନିଷିଦ୍ଧ ଘୋଷଣା କରିବା ପରେ ବେଜିଂ ଏହାକୁ ସମର୍ଥନ କରି ନ ଥିବାରୁ ଭାରତ ଏ କ୍ଷେତ୍ରରେ ଚୀନକୁ ଦୋଷୀ ବୋଲି କହିଥିଲା । ବୈଦେଶିକ ମନ୍ତ୍ରଣାଳୟର ମୁଖବକ୍ତା ମାଓ ନିଙ୍ଗ କହିଛନ୍ତି, ମୁଁ କହିବାକୁ ଚାହୁଁଛି କି ଆତଙ୍କବାଦ ହେଉଛି ସମଗ୍ର ମାନବତାର ଶତ୍ରୁ । କିନ୍ତୁ ଚୀନ୍ ଏ କ୍ଷେତ୍ରରେ ଦୁଇ ପ୍ରକାର ନୀତିକୁ ବିରୋଧ କରୁଛି ଯାହା କାହାର ଭଲ କରିବ ନାହିଁ ଅପରପକ୍ଷେ ନିଆଁକୁ ଅଧିକ କୁହୁଳିବାରେ ସାହାଯ୍ୟ କରିବ । ପାକିସ୍ତାନ ସରକାର କହିଛନ୍ତି କି, ତାଙ୍କ ପାଖରେ ବିଶ୍ୱାସଯୋଗ୍ୟ ପ୍ରମାଣ ରହିଛି କି ଗତ ବର୍ଷ ଭାରତୀୟ ଏଜେଣ୍ଟମାନେ ହିଁ ୨ ଜଣ ପାକିସ୍ତାନୀଙ୍କୁ ଆତଙ୍କବାଦୀ କହି ହତ୍ୟା କରିଥିଲେ ।

ଶହୀଦ ଲତିଫ ଓ ମୁହମ୍ମଦ ରିଆଜ ନାମକ ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍‌କୁ ଗତ ବର୍ଷ ହତ୍ୟା କରାଯାଇଥିଲା । ଲତିଫ୍ ଆତଙ୍କବାଦୀ ସଂଗଠନ ଜୈଶ ଇ ମୋହମ୍ମଦର ଜଣେ ସହଯୋଗୀ ଥିବା ବେଳେ ସେ ୨୦୧୬ ପଠାଣକୋଟ୍ ଆକ୍ରମଣର ମୁଖ୍ୟ ସୂତ୍ରଧର ଥିଲା । ଅକ୍ଟୋବର ୧୧, ୨୦୨୩ରେ ତାକୁ ସିଆଲକୋଟର ଏକ ମସଜିଦ୍‌ରେ ହତ୍ୟା କରାଯାଇଥିଲା । ସେହିପରି ମୋହମ୍ମଦ ରିଆଜ ଲସ୍କର ଇ ତାଲିବାର ଜଣେ ମୁଖ୍ୟ ସହଯୋଗୀ ଥିବା ବେଳେ ସେ ଜାନୁୟାରୀ ୧, ୨୦୨୩ରେ ଜାମ୍ମୁ କାଶ୍ମୀର ଧାଙ୍ଗ୍ରୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଥିଲା । ଏହି ଆତଙ୍କବାଦୀକୁ ପାକିସ୍ତାନ ଅଧିକୃତ କାଶ୍ମୀରର ଅଲ୍ କୁଡୁସ ମସଜିଦ୍ ବାହାରେ ଗୁଳିକରି ହତ୍ୟା କରାଯାଇଥିଲା । ଭାରତୀୟ ଏଜେଣ୍ଟମାନେ ଏହି ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ବୋଲି ପାକିସ୍ତାନ ଅଭିଯୋଗ ଆଣିଛି ।

Get real time updates directly on you device, subscribe now.