fbpx
BJD SKY
BJD SKY

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ମିସାଇଲର ବଙ୍କର ବନାଉଛି ଚୀନ୍, ଫଟୋରୁ ହେଲା ଖୁଲାସା

BJD

ବିଜିଙ୍ଗ: ଚୀନ ୩ଟି ସ୍ଥାନରେ ମିସାଇଲ ସିଲୋ ଫିଲ୍ଡ ତିଆରି କରୁଥିବା ସନ୍ଦେହ ହେଉଛି । ପଶ୍ଚିମୀ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି । ଏହି ୩ଟି ସ୍ଥାନ ଉତ୍ତର ମଧ୍ୟ ଚୀନର ୟୁମେନ, ହାମୀ ଓ ଅର୍ଡୋସରେ ରହିଛି । ଆମେରିକାର ଥିଙ୍କ ଟ୍ୟାଙ୍କ ଫେଡେରେସନ୍ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟମାନେ ଏହାର ଖୁଲାସା କରିଛନ୍ତି । ସେମାନେ ପ୍ଲାନେଟ୍ ଲ୍ୟାବ ଏବଂ ମ୍ୟାକ୍ସାର୍ ଟେକ୍ନୋଲୋଜି ଦ୍ୱାରା ଦିଆଯାଇଥିବା ଫଟୋ ମାଧ୍ୟମରେ ସେ ଦାବି କରିଛନ୍ତି ଯେ ଚୀନ୍ ତିନୋଟି ସ୍ଥାନରେ ମିସାଇଲ୍ ସିଲୋ ନିର୍ମାଣ କରିଛି ।

ଏହି ଫଟୋଗୁଡ଼ିକରେ ଚୀନର କେବଳ ତିନୋଟି ସିଲୋ ଦୃଶ୍ୟମାନ ହେଉଛି, କିନ୍ତୁ ଏଫଏଏସ ଦ୍ୱାରା କୁହାଯାଉଛି ଯେ, ଏସୀୟ ଦେଶ୩୦୦ ନୂଆ ମିସାଇଲ ସିଲୋ ତିଆରି କରୁଛି । ଏଫଏସଏ ଅନୁସନ୍ଧାନକାରୀମାନେ କହୁଛନ୍ତି ଯେ, ଏହି ସବୁ ଚୀନ୍ ସେନାର ଆଧୁନିକୀକରଣ କାର୍ଯ୍ୟକ୍ରମ ସହିତ ଜଡିତ ରହିଛି । ସାପ୍ତାହିକ ଭିତ୍ତିରେ କ୍ଷେପଣାସ୍ତ୍ର ସିଲୋ ଉପରେ କାର୍ଯ୍ୟର ଗତି ଆକଳନ କରିଛି ଏଫଏସଏ । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ମିସାଇଲ ବଙ୍କର ବନାଉଛି ଚୀନ ।

Get real time updates directly on you device, subscribe now.