fbpx

ଶ୍ରୀମନ୍ଦିରରେ କାଲି ସାଧାରଣ ଦର୍ଶନ ବନ୍ଦ, କାଉଁରିଆ ଜାଳିବା ମନା

ପୁରୀ(ଓଡ଼ିଶା ଭାସ୍କର): ରାତି ପାହିଲେ ଦୀପାବଳୀ । କିନ୍ତୁ ଦେଶର ଅନେକ ରାଜ୍ୟରେ ଦୀପାବଳୀକୁ ନେଇ କଟକଣା ଲଗାଯାଇଛି । ସେହିପରି ପୁରୀ ସିଂହଦ୍ୱାର ସମ୍ମୁଖରେ କାଲି କାଉଁରିଆ କାଠି ଜଳାଇବାକୁ ମନା କରାଯାଇଛି । ସିଂହଦ୍ୱାର ଓ ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରିଛି ପ୍ରଶାସନ । କାଲି ଭୋର ୪ଟାରୁ ମଧ୍ୟରାତ୍ର ଯାଏଁ ୧୪୪ ଧାରା ବଳବତ୍ତର ରହିବ । ପ୍ରଦୂଷଣ ବୃଦ୍ଧି, କୋଭିଡ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ଏହି କଟକଣା ଲଗାଯାଇଛି । ଏହା ସହିତ କାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିବ ।

Get real time updates directly on you device, subscribe now.