fbpx
BJD SKY
BJD SKY

ଚୀନ୍ ହ୍ୟାକରଙ୍କ ଟାର୍ଗେଟରେ ଦକ୍ଷିଣ ଏସିଆ ଦେଶ, ରିପୋର୍ଟକୁ ନେଇ ବଢିଲା ଚିନ୍ତା

BJD

ଚାଇନା ହ୍ୟାକରଙ୍କ ଟାର୍ଗେଟରେ ଦକ୍ଷିଣ ଏସିଆ ଦେଶ । ଡ୍ରାଗନର ହ୍ୟାକରମାନେ ଅନେକ ଦେଶର ଗୁରୁତ୍ୱପୂର୍ଣ୍ଣ ୱେବସାଇଟ୍ ହ୍ୟାକ୍ କରି ତଥ୍ୟ ଚୋରି କରିପାରନ୍ତି । ଯାହାକୁ ନେଇ ଚିନ୍ତା ବଢିଯାଇଛି । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଆମେରିକାର ଏକ ଘରୋଇ ସାଇବର ସିକ୍ୟୁରିଟୀ କମ୍ପାନୀ ଏହି ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟ ଅନୁସାରେ, ଡ୍ରାଗନ ହ୍ୟାକର ମାନେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଓ ସେନାର ୱେବସାଇଟ୍ ହ୍ୟାକ୍ କରିପାରନ୍ତି । ଏହାସହ ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ନୌସେନା, ଭିଏତନାମ ସଂସଦ, କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟାଳୟ, ମାଲେସିୟା ପ୍ରତିରକ୍ଷା ବାହିନୀର ୱେବସାଇଟକୁ ହ୍ୟାକ୍ କରିବା ପାଇଁ ହ୍ୟାକରମାନେ ଯୋଜନା କରୁଛନ୍ତି । ଏହି ଭଳି ଚାଇନା ହ୍ୟାକର ମାନଙ୍କ ହ୍ୟାକରୁ ବଞ୍ଚିବା ପାଇଁ ଚିନ୍ତା ବଢିଯାଇଛି ।

 

Get real time updates directly on you device, subscribe now.