fbpx

ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ସିଡିଏସ ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରାଧାନମନ୍ତ୍ରୀ । ଚପର୍ କ୍ରାସରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରାଧାନମନ୍ତ୍ରୀ । ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇଲେ । ବୀର ଯୋଦ୍ଧାଙ୍କ ପରିବାରକୁ ଶାନ୍ତ୍ୱନା ମଧ୍ୟ ଜଣାଇଲେ । ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ର ରାଜନାଥ ସିଂହ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରଦ୍ଧାଞ୍ଜଳି ଜଣାଇଲେ । କିଛି ସମୟ ପୂର୍ବରୁ ଦିଲ୍ଲୀ ପାଲାମ୍ ଏୟାରପୋର୍ଟରେ ପହଞ୍ଚିଥିଲା ମରଶରୀର ।

ବୁଧବାର ସିଡିଏସ ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଯାଉଥିବା ସମୟରେ ବାୟୁସେନା ହେଲିକପ୍ଟର MI 17 V5 କ୍ରାସ ହୋଇଥିଲା । ହେଲିପ୍ଟରରେ ୪ କ୍ରିଉ ମେମ୍ବର, ସିଡିଏସଙ୍କୁ ମିଶାଇ ୧୦ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ରହିଛନ୍ତି ।

Get real time updates directly on you device, subscribe now.