fbpx

ଶୁକ୍ରବାର ପଞ୍ଚତତ୍ତ୍ଵରେ ବିଲୀନ ହେବେ ସିଡିଏସ ରାଓ୍ଵତ, ଏହା ପୂର୍ବରୁ ସାଧାରଣ ଜନତା କରିବେ ଅନ୍ତିମ ଦର୍ଶନ

ନୂଆଦିଲ୍ଲୀ : ଶୁକ୍ରବାର ସିଡିଏସ ବିପିନ ରାଓ୍ଵତଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ପୂରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ। ଏହା ପୂର୍ବରୁ ସାଧାରଣ ଲୋକଙ୍କ ଅନ୍ତିମ ଦର୍ଶନ ପାଇଁ ମର ଶରୀରକୁ ସିଡିଏସ ରାଓ୍ଵତଙ୍କ ବାସଭବନରେ ରଖାଯିବ। ଏହି ସମୟରେ ସୈନ୍ୟ ଅଧିକାରୀ ଓ କର୍ମଚାରୀ ତାଙ୍କ ଅନ୍ତିମ ଦର୍ଶନ କରି ପାରିବେ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର କାରଜ ମାର୍ଗ ସ୍ଥିତ ସିଡିଏସ ବିପିନ ରାଓ୍ଵତଙ୍କ ବାସଭବନରେ ସକାଳ ୧୧ଟାରୁ ସାଧାରଣ ଜନତା ସିଡିଏସ ରାଓ୍ଵତଙ୍କ ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଦେଇ ପାରିବେ। ଏହା ପରେ ସୈନ୍ୟ ଅଧିକାରୀ ୧୨ଟା ୩୦ରୁ ୧ଟା ୩୦ ଯାଏଁ ସିଡିଏସ ରାଓ୍ଵତଙ୍କ ଅନ୍ତିମ ଦର୍ଶନ କରି ପାରିବେ।

ଅନ୍ତିମ ଦର୍ଶନ ପରେ ଜେନେରାଲ ରାଓ୍ଵତଙ୍କ ପାର୍ଥିବ ଶରୀର ଦିଲ୍ଲୀ କ୍ୟାଣ୍ଟ ବରାଡ ସ୍କ୍ଵାୟରରେ ଅନ୍ତିମ ସଂସ୍କାର କରାଯିବ। ସୂଚନାଯୋଗ୍ୟ, ଗତକାଲି ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ସିଡିଏସ ବିପିନ ରାଓ୍ଵତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତଙ୍କ ସମେତ ମୋଟ୍ ୧୩ ଜଣ ସେନାର ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ କେବଳ ବାୟୁସେନାର ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ ବଞ୍ଚିଛନ୍ତି। ତାଙ୍କୁ ବର୍ତ୍ତମାନ ଜୀବନ ରକ୍ଷକ ପ୍ରଣାଳୀ(ଭେଣ୍ଟିଲେଟର)ରେ ରଖାଯାଇଛି।

Get real time updates directly on you device, subscribe now.