fbpx

ସୂର୍ଯ୍ୟ ତିଆରି କଲା ଚୀନ୍, ଯାହାକି ଅସଲି ସୂର୍ଯ୍ୟଠାରୁ ୧୦ ଗୁଣା ଶକ୍ତିଶାଳୀ

ଦୁନିଆରେ ସୂର୍ଯ୍ୟ ପାଇଁ ଦିନ ଓ ରାତି ମଧ୍ୟରେ ଫରକ୍ ଜଣାପଡୁଛି । ମଣିଷଙ୍କ ସମେତ ପଶୁପକ୍ଷୀ ଓ ଉଦ୍ଭିଦକୁ ଜୀବିତ ରଖିବା ପାଇଁ ଆଲୋକ ଦେଉଥିବା ସୂର୍ଯ୍ୟ । କିନ୍ତୁ ଆପଣ ଜାଣନ୍ତି କି, ଚୀନର ବୈଜ୍ଞାନିକମାନେ ଏକ କୃତ୍ରିମ ସୂର୍ଯ୍ୟ ନିର୍ମାଣ କରିଛନ୍ତି । ଏହି ସୂର୍ଯ୍ୟ ଅସଲି ସୂର୍ଯ୍ୟ ଭଳି ପ୍ରକାଶିତ ହେବ ।

ତେବେ ଚୀନ୍ ଯେଉଁ କୃତ୍ରିମ ସୂର୍ଯ୍ୟ ବିକଶିତ କରିଛି, ତାହା ପରମାଣୁ ଫ୍ୟୁଜନ ସାହାର୍ଯ୍ୟରେ ୧୦ ଗୁଣା ଅଧିକ ସ୍ୱଚ୍ଛ ଆଲୋକ ଦେବାରେ ସକ୍ଷମ ରହିବ । ଏହି ସୂର୍ଯ୍ୟ ୧୦ଟି ସୂର୍ଯ୍ୟର ଶକ୍ତି ସହ ସମାନ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । କୃତ୍ରିମ ସୂର୍ଯ୍ୟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୦୨୦ ବେଳକୁ ଏହାର ସଞ୍ଚାଳନ ଆରମ୍ଭ ହୋଇପାରେ । ଏହି କୃତ୍ରିମ ସୂର୍ଯ୍ୟର ନାମ ଏଚଏଲ-୨ଏମ ଥିବା ବେଳେ ସାଉଥ୍ ଇଣ୍ଟିଷ୍ଟ୍ୟୁଟ୍ ଅଫ୍ ଫିଜିକ୍ସ ସହ ମିଶି ଚୀନର ନେସନାଲ ନ୍ୟୁକ୍ଲିୟର କର୍ପୋରେସନ ଏହାକୁ ନିର୍ମାଣ କରିଛି ।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କୃତ୍ରିମ ସୂର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସକ୍ରିୟ ହେବା ପରେ ଅସଲି ସୂର୍ଯ୍ୟଠାରୁ ୧୩ ଗୁଣ ଅଧିକ ତାପମାନ ଦେବାରେ ସକ୍ଷମ ହେବ, ଯାହାକି ପାଖାପାଖି ୨୦୦ ମିଲିୟନ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ବର୍ତ୍ତମାନ ଅସଲି ସୂର୍ଯ୍ୟର ଅଧିକ ତାପମାତ୍ରା ୧୫ ମିଲିୟନ ଡିଗ୍ରୀ ସେଲସିୟସ ରହିଛି ।

Get real time updates directly on you device, subscribe now.