fbpx

ପୁରୀରେ ପଞ୍ଜାବୀ ମଠ ସିଲ୍‌

ପୁରୀ,୨ ।୧୨(ଓଡିଶା ଭାସ୍କର): ପୁରୀରେ ପଞ୍ଜାବୀ ମଠ ସିଲ୍‌ କଲା ଜିଲ୍ଲା ପ୍ରଶାସନ । ଗତକାଲି ମଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର ଖାଲି କୋରେକ୍ସ ବୋତଲ ମିଳିଥିଲା । ଏନେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠକୁ ସିଲ୍ କରାଯାଇଛି । ତେବେ ମଠର ଗୋଟିଏ ପ୍ରକୋଷ୍ଠକୁ କେତେକ ଅସାମାଜିକ ତତ୍ତ୍ୱ ବଳପୂର୍ବକ ଦଖଲ କରି ନିଶା ଔଷଧ କାରବାର କରିବା ସହ ନାନା ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ଗତରାତିରେ ସେଠାରେ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଯୋଜନା କରାଯାଉଥିବା ଖବର କୌଣସି ସୂତ୍ରରୁ ପାଇ ପୋଲିସ ଚଢ଼ାଉ କରିଥିଲା ।

Get real time updates directly on you device, subscribe now.