ଚୀନ ଉପରେ ବି ଭାରତ ପରି ଲାଗିପାରେ ଅଧିକ ଟାରିଫ, ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଚୀନ ଉପରେ ଲାଗିପାରେ ଅଧିକ ଟାରିଫ, ଚତାବନୀ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମଦାନୀ କରାଯାଉଥିବା ଜିନିଷ ଉପରେ ୨୫% ଟାରିଫ ଲାଗିବା କଥା କହିଥିଲେ। ହେଲେ ରୁଷଠାରୁ ତେଲ କିଣାଯାଉଥିବା ପରେ ବି ସେ ୨୫% ଅରିରିକ୍ତ ଟ୍ୟାକ୍ସ ଲଗାଇବା କଥା କହିଥିଲା। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଚୀନ ଉପରେ ମଧ୍ୟ ଏହି ଭଳି ଟାରିଫ ଏବଂ ଅତିରିକ୍ତ ଟ୍ୟାକ୍ସ ଲଗାଇ ପାରନ୍ତି।

ମିଡିଆ ସହ କଥା ହୋଇସ ଟ୍ରମ୍ପ କହିଛନ୍ତି ଯେ, ସେ ଚୀନ ଉପରେ ଆହୁରି ଟାରିଫ ଲଗାଇବାର ଘୋଷଣା କରିପାରନ୍ତି, ଯେଉଁଭଳି ପ୍ରଥମେ ଭାରତ ଉପରେ ରୁଷ ତେଲ କିଣିବାକୁ ନେଇ ୨୫% ଡ୍ୟୁଟି ଲଗାଇବାର ଘୋଷଣା କରାଯାଇଥିଲା।

ରାଷ୍ଟ୍ରପତିଙ୍କଠାରୁ ଯେତେବେଳ ଚୀନ ଉପରେ ମଧ୍ୟ ଭାରତ ଭଳି ଟାରିଫ ଲଗାଇବାର ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ଏପରି ହୋଇପାରେ। ରୁଷ ଉପରେ ୟୁକ୍ରେନ ସହ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରେସର ପକାଇବା ହେତୁ ସେ ଏଭଳି ଘୋଷଣା କରିଛନ୍ତି।

ଚୀନକୁ ନେଇ ଟ୍ରମ୍ପଙ୍କ ବୟାନ: ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚୀନ ଉପରେ ମଧ୍ୟ ଅତିରିକ୍ତ ଟାରିଫ ଲଗାଯାଇପାରେ। ସେ କହିଛନ୍ତି ଯେ, ମୁଁ ବର୍ତ୍ତମାନ ଆପଣଙ୍କୁ କହିପାରିବିନି।

ଆମେ ଭାରତ ସହ ଏପରି କରିଛୁ। ଆମେନ ଆଉ କିଛି ଦେଶ ସହ ମଧ୍ୟ ଏପରି କରିପାରୁ। ସେଥିରେ ଚୀନ ମଧ୍ୟ ଅନ୍ୟତମ ହୋଇପାରେ।