fbpx

ଚୀନ୍ ଜଳରେ ଦେଖାଗଲା ଅଜ୍ଞାତ ବସ୍ତୁ, ଗୁଳି କରି ଖସାଇବାକୁ ହେଉଛି ପ୍ରସ୍ତୁତ: ରିପୋର୍ଟ

Advertisement

ନୂଆଦିଲ୍ଲୀ: ଚୀନ୍‌ର କିଙ୍ଗ୍‌ଦାଔ ନିକଟରେ ଜଳ ଉପରେ ଏକ ଅଜ୍ଞାତ ବସ୍ତୁ ଉଡ଼ିଥିବାର ଚୀନ୍ ଦେଖିଛି । ଏବେ ଅଧିକାରୀମାନେ ଏହାକୁ ଗୁଳିକରି ଖସାଇବାକୁ ପ୍ରସ୍ତୁତ ହେଉଛନ୍ତି । ଦି ପେପର୍ ଏହି ରିପୋର୍ଟ କରିଛି । କିଙ୍ଗ୍‌ଦାଔ ଜିମୋ ଜିଲ୍ଲାର ସାମୁଦ୍ରିକ ବିକାଶ ପ୍ରାଧିକରଣର ଜଣେ କର୍ମଚାରୀ କହିଛନ୍ତି ଯେ ସମ୍ପୃକ୍ତ ଅଧିକାରୀମାନେ ଏହି ଅଜ୍ଞାନ୍ତ ବସ୍ତୁକୁ ଖସାଇବାକୁ ପ୍ରସ୍ତୁତ ହେଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କର୍ମଚାରୀ କହିଛନ୍ତି ଯେ ଏହି ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସୁରକ୍ଷା ପ୍ରତି ସତର୍କ ରହିବାକୁ କୁହାଯାଇଛି ।

ଏହି ଘଟଣା ଏଭଳି ସମୟରେ ଆସିଛି ଯେତେବେଳେ, ଆମେରିକା ଓ କାନାଡ଼ା ଦାବି କରୁଛନ୍ତି ଚୀନ୍‌ର ଅନେକ ଗୁଇନ୍ଦା ବେଲୁନ୍ ଏବଂ ଅଜ୍ଞାନ୍ତ ବସ୍ତୁ ଏହାର ଆକାଶରେ ଉଡୁଛନ୍ତି । ଆଜି ମଧ୍ୟ ଆମେରିକା-କାନାଡା ସୀମା ନିକଟରେ ଏକ ଟୠଙ ଦେଖିବାକୁ ମିଳିଥିଲା, ଯାହାକୁ ଆମେରିକା ସେନାର ଏକ ଯୁଦ୍ଧ ବିମାନ ଦ୍ୱାରା ଗୁଳି କରି ନଷ୍ଟ କରାଯାଇଥିଲା । ଗତ ଏକ ସପ୍ତାହ ମଧ୍ୟରେ ଆମେରିକା ଏବଂ କାନାଡାର ଆକାଶରେ ଟୠଙ ଦେଖିବାର ଚାରୋଟି ଘଟଣା ଘଟିଛି ।

ତେବେ ଏହି ମାମଲାକୁ ନେଇ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏହା ମଧ୍ୟ କହିଛନ୍ତି ଯେ ସେ ଶନିବାର ଅପରାହ୍ନରେ ଆମେରିକାର ରାଷ୍ଟ୍ରପତି ବିଡେନଙ୍କ ସହ କଥା ହୋଇଥିଲେ । ସେ ତାଙ୍କ ଟ୍ୱିଟର ପୋଷ୍ଟରେ କହିଛନ୍ତି, କାନାଡିୟ ସୈନ୍ୟବାହିନୀ ବର୍ତ୍ତମାନ ଏହି ଅଜ୍ଞାତ ବସ୍ତୁର ଆବର୍ଜନା ସଂଗ୍ରହ କରି ବିଶ୍ଳେଷଣ କରିବେ।’ ଏହି ଘଟଣାକୁ ନେଇ ହ୍ୱାଇଟ ହାଉସ ପକ୍ଷରୁ ମଧ୍ୟ ସମାନ ସୂଚନା ମିଳିଛି।

ସୂଚାନାମୂତାବକ ନିକଟରେ ଆମେରିକାର ଆଲାସ୍କା ଉପକୂଳ ନିକଟରେ ଏକ ଅଜ୍ଞାତ ଫ୍ଲାଇଙ୍ଗ ବସ୍ତୁ ମଧ୍ୟ ଗୁଳି କରି ଖସାଇ ଦିଆଯାଇଥିଲା। ଏହାପୂର୍ବରୁ ଆମେରିକାର ବାୟୁସେନା ଦ୍ୱାରା କାନାଡାର ବାୟୁସେନାର ଏକ ସନ୍ଦେହଜନକ ବସ୍ତୁକୁ ଗୁଳି କରି ନଷ୍ଟ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଫୋନରେ କଥା ହେବା ପରେ ଏହାକୁ ଖସାଇବାକୁ ନିଷ୍ପତ୍ତି ନେଇଥିଲେ। ଆମେରିକା ବ୍ୟତୀତ ଏହା କାନାଡା ଏବଂ ଲାଟିନ୍ ଆମେରିକାର ଆକାଶରେ ମଧ୍ୟ ଏହି ବେଲୁନ ଦେଖାଯାଇଥିଲା, ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଆମେରିକାର ମୋଣ୍ଟାନା ରାଜ୍ୟ ଉପରେ ଦେଖାଯାଇଥିବା ବେଲୁନର ଆକାର ତିନୋଟି ବସ୍ ସହିତ ସମାନ ଥିଲା ।

Get real time updates directly on you device, subscribe now.