fbpx

ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୨ରୁ ଅଧିକ ପ୍ରସ୍ତାବକୁ ମଂଜୁରୀ ମିଳିବା ସମ୍ଭାବନା

Advertisement

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୧୨ଟିରୁ ଅଧିକ ପ୍ରସ୍ତାବକୁ ମଂଜୁରୀ ମିଳିବା ସମ୍ଭାବନା ରହିଛି। ପଞ୍ଚାୟତିରାଜ, ସମବାୟ, କୃଷି, ସ୍ୱାସ୍ଥ୍ୟ, ଶିଳ୍ପ ଓ ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଗୁଡ଼ିକୁ ଆଲୋଚନା ପାଇଁ ତାଲିକାଭୁକ୍ତ କରାଯାଇଛି।

ଆଜି ମଧ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ଚଳିତ ମାସ ୨୧ ରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ୨୪ ତାରିଖରେ ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବାକୁ ଥିବାରୁ ମନ୍ତ୍ରିପରିଷଦ ବୈଠକରେ ବଜେଟକୁ ଅନୁମୋଦନ ଦିଆଯିବ ବୋଲି ଜଣାପଡ଼ିଛି।

Get real time updates directly on you device, subscribe now.