fbpx

ଆମେରିକା କାନାଡା ସୀମା ନିକଟରେ ଫ୍ଲାଇଙ୍ଗ ବସ୍ତୁକୁ ଗୁଳିକରି ଖସାଇଲା ଆମେରିକା, ଏକ ସପ୍ତାହ ମଧ୍ୟରେ ଏହା ଚତୁର୍ଥ ଘଟଣା

Advertisement

ନୂଆଦିଲ୍ଲୀ: ଆମେରିକାର ଆକାଶରେ ଉଡ଼ୁଥିବା ବସ୍ତୁ (UFOs) ଦେଖିବାର ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ । ବର୍ତ୍ତମାନ ଆମେରିକା-କାନାଡା ସୀମା ନିକଟରେ ଏକ UFO ଦେଖିବାକୁ ମିଳିଥିଲା, ଯାହାକୁ ଆମେରିକା ସେନାର ଏକ ଯୁଦ୍ଧ ବିମାନ ଦ୍ୱାରା ଗୁଳି କରି ନଷ୍ଟ କରାଯାଇଥିଲା।

ଗତ ଏକ ସପ୍ତାହ ମଧ୍ୟରେ ଆମେରିକା ଏବଂ କାନାଡାର ଆକାଶରେ UFO ଦେଖିବାର ଚାରୋଟି ଘଟଣା ଘଟିଛି ।ଏହି ଚାରିଟି ମଧ୍ୟରୁ ୩ ଟି ଫ୍ଲାଇଙ୍ଗ ବସ୍ତୁ ଆମେରିକାର ଆକାଶରେ ଦେଖାଯାଇଥିବାବେଳେ ଗୋଟିଏ UFO କାନାଡାର ଆକାଶରେ ଦେଖାଯାଇଥିଲା। ଏହି ଚାରିଟି କୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧ ବିମାନ ସାହାଯ୍ୟରେ ଗୁଳି କରି ନଷ୍ଟ କରାଯାଇଛି। ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଚତୁର୍ଥ UFO ହୁରନ୍ ହ୍ରଦ ଉପରେ ଦେଖାଯାଇଥିଲା ।

ସୂଚନାମୁତାବକ ଉତ୍ତର ଆମେରିକାର ପାଞ୍ଚଟି ବୃହତ୍ତମ ହ୍ରଦ ମଧ୍ୟରୁ ହୁରନ୍ ହ୍ରଦ ଅନ୍ୟତମ । ଏହା ମିଚିଗାନ୍ ହ୍ରଦର ପୂର୍ବ ଭାଗ । ଏହି ଫ୍ଲାଇଙ୍ଗ ବସ୍ତୁକୁ ଗୁଳି କରିବା ପରେ ଉତ୍ତର ଆମେରିକୀୟ ଏରୋ ସ୍ପେସ୍ ଡିଫେନ୍ସ କମାଣ୍ଡ (NORAD) ଏହି ଆକାଶ ମାର୍ଗରୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ତେବେ ବାୟୁସେନାର ଘନିଷ୍ଠ ଯାଞ୍ଚ ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା। ଆମେରିକାର ସାଂସଦ ମଧ୍ୟ ଟୁଇଟ୍ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ରିପବ୍ଲିକାନ୍ ପାର୍ଟି ସାଂସଦ ଏଲିସା ସ୍ଲୋଟ୍କିନ ଟ୍ୱିଟ୍ କରି କହିଛନ୍ତି ଯେ ଆମେରିକାର ବାୟୁସେନା ଏବଂ ନ୍ୟାସନାଲ ଗାର୍ଡର ପାଇଲଟଙ୍କ ଦ୍ୱାରା UFO ଗୁଳି ଚଳାଇଛି। ଏହି ମିଶନ କାର୍ଯ୍ୟକାରି କରିଥିବା ସୈନିକମାନେ ଏକ ଚମତ୍କାର କାର୍ଯ୍ୟ କରିଥିଲେ । ଆମେ ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛୁ ଆଉ କେଉଁ ଉଦ୍ଦେଶ୍ୟ ଏହା କରାଯାଉଛି ତାହା ଉପରେ କାର୍ଯ୍ୟ ଆରମ୍ଭ କରୁଛୁ ।

ସୂଚାନାମୂତାବକ ନିକଟରେ ଆମେରିକାର ଆଲାସ୍କା ଉପକୂଳ ନିକଟରେ ଏକ ଫ୍ଲାଇଙ୍ଗ ବସ୍ତୁ ମଧ୍ୟ ଗୁଳି ଚଳାଇଥିଲା। ଏହାପୂର୍ବରୁ ଆମେରିକାର ବାୟୁସେନା ଦ୍ୱାରା କାନାଡାର ବାୟୁସେନାର ଏକ ସନ୍ଦେହଜନକ ବସ୍ତୁକୁ ଗୁଳି କରି ନଷ୍ଟ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଫୋନରେ କଥା ହେବା ପରେ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ଆମେରିକା ବ୍ୟତୀତ ଏହା କାନାଡା ଏବଂ ଲାଟିନ୍ ଆମେରିକାର ଆକାଶରେ ମଧ୍ୟ ଏହି ବେଲୁନ ଦେଖାଯାଇଥିଲା, ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଆମେରିକାର ମୋଣ୍ଟାନା ରାଜ୍ୟ ଉପରେ ଦେଖାଯାଇଥିବା ବେଲୁନର ଆକାର ତିନୋଟି ବସ୍ ସହିତ ସମାନ ଥିଲା ।

Get real time updates directly on you device, subscribe now.