fbpx

ଚୀନ୍‌ ଗୁପ୍ତଚର ଜାହାଜକୁ ଅଟକାଇଲା ଶ୍ରୀଲଙ୍କା, ଜାଣନ୍ତୁ ଏହା ପଛର କାରଣ…

କଲମ୍ବୋ: ଭାରତ ଆପତ୍ତି ଉଠାଇବା ପରେ ପରବର୍ତ୍ତୀ ଆଲୋଚନା ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ବେଜିଂ ପ୍ରଶାସନକୁ ଏହାର ସ୍ପେସ୍‌ ସାଟେଲାଇଟ୍‌ ଟ୍ରାକର ଜାହାଜ ୟୁଆଙ୍ଗ ୱାଙ୍ଗ -୫କୁ ହମବାନତୋଟା ବନ୍ଦରରେ ଲଙ୍ଗର କରିବାକୁ କହିଛି । ୟୁଆଙ୍ଗ ୱାଙ୍ଗ -୫ ଅଗଷ୍ଟ ୧୧ରେ ଚୀନ୍‌କୁ ଲିଜ୍‌ ହୋଇଥିବା ହମବାନତୋଟା ବନ୍ଦରରେ ଇନ୍ଧନ ଏବଂ ଖାଦ୍ୟ ଯୋଗାଣ ପାଇଁ ଲଙ୍ଗର କରିବାକୁ ସ୍ଥିର ହୋଇଛି । ଏହାପରେ ଅଗଷ୍ଟ ୧୭ରେ ଛାଡିବ ।

ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ ଜାହାଜ ଯାତ୍ରାକୁ ସ୍ଥଗିତ ରଖିବାକୁ ଚୀନ୍‌ ଦୂତାବାସକୁ ମୌଖିକ ଅନୁରୋଧ କରିଛି । ଏହାପୂର୍ବରୁ, ଜୁଲାଇ ୧୨ ରେ ଶ୍ରୀଲଙ୍କା ସରକାର ୟୁଆଙ୍ଗ ୱାଙ୍ଗ -୫ ଜାହାଜକୁ ହମବାନତୋଟା ବନ୍ଦରରେ ଲଙ୍ଗର କରିବାକୁ ଅନୁମତି ଦେଇଥିଲା ।

Get real time updates directly on you device, subscribe now.