fbpx

Video: ଝୁଲନ୍ତା ଅବସ୍ଥାରେ ନବ ବଧୂର ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭଦ୍ରକ : ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହେଲା ନବ ବଧୂର ମୃତ ଶରୀର, ହତ୍ୟା ଅଭିଯୋଗ ଆଣି ନ୍ୟାୟ ପାଇବା ଦାବିରେ ଏସପି ଅଫିସ ସମ୍ମୁଖ ରାସ୍ତାକୁ ଅବରୋଧ କରିଲେ ପରିବାର ଲୋକ। ବାହାଘରର ମାତ୍ର ଛଅ ମାସ ହୋଇଥିବା ବେଳେ ଝୁଲନ୍ତା ଅବସ୍ଥାରେ ଏଭଳି ମୃତ ଶରୀର ମିଳିବା ଘଟଣା ପରିବାର ଓ ସ୍ଥାନୀୟ ଲୋକଙ୍କୁ ହତବାକ କରିଛି। ସୂଚନା ଅନୁଯାୟୀ, ଧୂଷୁରୀ ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ଅଧର ନାୟକଙ୍କ ଝିଅ ବର୍ଷାରାଣୀ ନାୟକଙ୍କ ସହ ତିହିଡି଼ ଥାନା ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳର ପ୍ରଭାତ ପୁହାଣଙ୍କ ପୁଅ ପ୍ରକାଶ ରାଉଳଙ୍କୁ ରୀତି ନୀତି ଅନୁଯାୟୀ ଗତ ଡିସେମ୍ବର ୧୨ ତାରିଖରେ ବିବାହ କରିଥିଲେ। ସ୍ୱାମୀ ପ୍ରକାଶ ରାଉଳ ବାଙ୍ଗାଲୋରରେ ରହି କାର୍ଯ୍ୟ କରୁଥିବା ବେଳେ, ସ୍ତ୍ରୀ ବର୍ଷାରାଣୀ ତିହିଡି ସ୍ଥିତ ମିର୍ଜାପୁରରେ ଶ୍ୱଶୁରଙ୍କ ଘରେ ରହି ଆସୁଥିଲେ।

କିନ୍ତୁ ମାତ୍ର ସାତ ମାସ ତଳେ ହୋଇଥିବା ବାହାଘର ର ଖୁସି ବେଶୀ ଦିନ ରହିପାରିଲାନି। ଆଜି ସକାଳେ ଶ୍ୱଶୁର ଘରୁ ବର୍ଷାରାଣୀ ଙ୍କ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସକାଳେ ସମସ୍ତେ ଉଠିବା ପରେ ଶ୍ୱଶୁର ଘର ଲୋକ ବର୍ଷାରାଣୀ ଙ୍କୁ ଡାକିଥିଲେ। କିନ୍ତୁ ବର୍ଷାରାଣୀ କବାଟ ଖୋଲିନଥିଲେ, ଆମେ ବାଧ୍ୟ ହୋଇ କବାଟ ତାଡି ଦେଖିଲା ବେଳକୁ ବର୍ଷାରାଣୀ ଝୁଲୁଛନ୍ତି। କିନ୍ତୁ କଣ ପାଇଁ ଏମିତି କରିଲେ ଆମେ ଜାଣିନୁ କି ଆମର କିଛି ଦୋଷ ନଥିବା ବର୍ଷାରାଣୀ ଙ୍କ ଶ୍ୱଶୁର ଘର ଲୋକ କହିଛନ୍ତି। ଅନ୍ୟପଟେ ଆମ ଭଉଣୀ ଙ୍କୁ ମାରିଦିଆଯାଇ ଟଙ୍ଗା ଯାଇଛି। ଯୌତୁକ ପାଇଁ ଆମ ଭଉଣୀ ଙ୍କୁ ପୂର୍ବରୁ ନିର୍ଯ୍ୟାତନା ଦିଆଯାଉଥିଲା, ବାହାଘର ସମୟରେ ବିପୁଳ ପରିମାଣରେ ଯୌତୁକ ସାମଗ୍ରୀ ଦେଇଥିଲୁ। କିନ୍ତୁ ସେଥିରେ ସେମାନେ ସନ୍ତୁଷ୍ଟ ନ ହୋଇ ଆଜି ମୋ ଭଉଣୀ ଙ୍କୁ ଟାଙ୍ଗି ମାରିଦେଇଛନ୍ତି।

ଏନେଇ ଶ୍ୱଶୁର ଘର ଲୋକଙ୍କ ନାମରେ ତିହିଡି ଥାନାରେ ଅଭିଯୋଗ ହୋଇଛି. ଶେଷରେ ନ୍ୟାୟ ପାଇଁ ପରିବାର ଲୋକ ବର୍ଷାରାଣୀ ଙ୍କ ମୃତ ଶରୀର କୁ ଧରି ଭଦ୍ରକ ଏସପି ଅଫିସ ସମ୍ମୁଖରେ ଥିବା ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହେବା ସହ ମୃତ ଶରୀରର ବ୍ୟବଛେଦ ପାଇଁ ଭଦ୍ରକ ମେଡିକାଲ କୁ ଯାଇଥିଲେ। ପୋଲିସ ତଦନ୍ତ ପରେ ବର୍ଷାରାଣୀ ଙ୍କୁ ହତ୍ୟା କରାଯାଇଛି ନାଁ ସେ ଆତ୍ମହତ୍ୟା କରିଛନ୍ତି ତାହା ନିଶ୍ଚିନ୍ତ ଭାବେ ସ୍ପଷ୍ଟ ହେବ ।

Get real time updates directly on you device, subscribe now.