fbpx

ଚୀନ୍ କରାଇବ ମହାକାଶ ଯାତ୍ରା ! ଜାଣନ୍ତୁ କେତେ ହେବ ଭଡ଼ା…

AAKASH

ନୂଆଦିଲ୍ଳୀ: ଲୋକମାନେ, ପାହାଡ଼, ଗ୍ଲେସିୟର, ଐତିହାସିକ ସ୍ଥାନ ସହ ଏଭଳି ଅନେକ ରୋମାଞ୍ଚକର ସ୍ଥାନକୁ ନିଶ୍ଚୟ ଯାଇଥାନ୍ତି । କିନ୍ତୁ ଏବେ ଆପଣ ପୃଥିବୀ ବାହାରର ଦୁନିଆ ଦେଖିପାରିବେ । ଆଜ୍ଞା ହଁ, ଚୀନ୍ ୨୦୨୫ ସୁଦ୍ଧା ସ୍ପେଶ ଟୁରିଜିମ୍ ଆରମ୍ଭ କରିବାକୁ ଯାଉଛି । ଏଥିରେ ଲୋକଙ୍କୁ ମହାକାଶର ଦର୍ଶନ କରାଯିବ । ଏଥିପାଇଁ ଚୀନ୍ ୨୦୨୫ ସମୟ ଧାର୍ଯ୍ୟ କରିଛି । ଭାରତ ମଧ୍ୟ ଏହି ଦିଗରେ ଅଗ୍ରସର ହେଉଛି । ଚୀନ ପୂର୍ବରୁ ଏଲନ୍ ମସ୍କ, ଜେଫ୍ ବେଜୋସ୍ ଅନ୍ତରୀକ୍ଷ ଯାତ୍ରା କରାଉଛନ୍ତି ।

ଚୀନର ରାଷ୍ଟ୍ରୀୟ ଅନ୍ତରୀକ୍ଷ ପ୍ରଶାସନ ୨୦୨୫ ସୁଦ୍ଧା ଅନ୍ତରୀକ୍ଷକୁ ପର୍ଯ୍ୟଟନ ଉଡ଼ାଣ ଆରମ୍ଭ କରିବାର ଯୋଜନା କରୁଛି । ଏଥିପାଇଁ ଯାତ୍ରୀଙ୍କୁ ପ୍ରତି ସିଟ୍ ପିଛା ୨-୩ ମିଲିୟନ ୟୁଆନ୍ ୨୮୭,୨୦୦ ଡଲାରରୁ ୪୩୦,୮୦୦ ଡଲାର ଚାର୍ଜ କରିପାରେ ।

ସ୍ପେଶ ଟୁରିଜିମ୍ ଉଡ଼ାଣ ଜେଫ୍ ବେଜୋସଙ୍କ ନେତୃତ୍ୱାଧୀନ ବ୍ଲୁ ଓରିଜିନ୍ ଭଳି ହୋଇପାରେ । ଏହା ଗ୍ରାହକଙ୍କୁ ଭୂପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତା ନେଇଥାଏ ଏବଂ କର୍ମେନ ଲାଇନ ପର୍ଯ୍ୟନ୍ତ ଯାଇ ତଳକୁ ଫେରିଆସିଥାଏ । କର୍ମେନ ଲାଇନ୍ କୁ ପୃଥିବୀଠାରୁ ୧୦୦ କିମି ଉପରେ ଅନ୍ତରୀକ୍ଷର ଆରମ୍ଭ ବୋଲି କୁହାଯାଏ । ସେହିଭଳି ଭାରତ ମଧ୍ୟ ଭବିଷ୍ୟତରେ ଅନ୍ତରୀକ୍ଷକୁ ପଠାଇବାକୁ ସମ୍ଭାବନା ଉପରେ ସଙ୍କେତ ଦେଇଛି ।

ବେଜୋସଙ୍କ ବ୍ଲୁ ଓରିଜିନ୍ ୨୦୨୨ ରେ ତିନି ସଫଳ ଉଡ଼ାଣ ସହ ଅନ୍ତରୀକ୍ଷ ପର୍ଯ୍ୟଟନ ଦୌଡ଼ରେ ସବୁଠୁ ଆଗରେ ରହିଛି । ଯେତେବେଳେକି ବ୍ରେନସନଙ୍କ ଭର୍ଜିନ ଗ୍ୟାଲାକ୍ଟିକ ଏହାର ପ୍ରଥମ ମିଶନ ପରେ ଆଉ ଦୁଇ ଉଡ଼ାଣ ଦେଖାଇବା ବାକି ଅଛି । ଏଲନ ମସ୍କଙ୍କ ସ୍ପେସଏକ୍ସ ମଧ୍ୟ ପଛରେ ନାହିଁ । ମସ୍କଙ୍କ ସ୍ପେସଏକ୍ସ ଏବେ ଚନ୍ଦ୍ରମାର ଚାରି ପାଖରେ ପର୍ଯ୍ୟଟକ ଉଡ଼ାଣ ଆରମ୍ଭ କରିବାର ଯୋଜନା କରୁଛି ।

Get real time updates directly on you device, subscribe now.