fbpx
BSKY
BJD YOUTH SKY
BJD MS SKY

‘ବିବାହ ରେଖା’ ଏମିତି ଥିଲେ ଧନୀ ଘରେ ହେବ ବାହାଘର: ୨ଟି ବିବାହର ସଂକେତ ଦିଏ ଏହି ଚିହ୍ନ

ନୂଆଦିଲ୍ଲୀ: ହାତର ଚିହ୍ନ ଏବଂ ରେଖା ଅନୁସାରେ ମଣିଷର ଭବିଷ୍ୟତ ଗଣନା କରିଥାଏ ହସ୍ତରେଖା ଶାସ୍ତ୍ର । ଭବିଷ୍ୟତରେ କ’ଣ ହେବ, ଏସବୁ ଜାଣିବା ପାଇଁ ଅନେକ ଲୋକଙ୍କ ମନରେ ଉତ୍ସାହ ଭରି ରହିଥାଏ । ପିଲାମାନଙ୍କ କ୍ୟାରିୟର, ବୈବାହିକ ଜୀବନ, ଆର୍ଥିକ ସ୍ଥିତି ିତ୍ୟାଦି ବିଷୟରେ ଜାଣିବା ପାଇଁ ସେମାନେ ଖୁବ ଇଚ୍ଛା ପ୍ରକାଶ କରିଥାନ୍ତି । ତେବେ ହାତର ଏକ ରେଖା ମଣିଷର ବୈବାହିକ ଜୀବନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଥାଏ । କେବେ ଏବଂ କେଉଁଠି ବିବାହ ହେବ, କେମିତି ରହିବ ଆପଣଙ୍କ ବୈବାହିକ ଜୀବନ ଏବଂ ବିବାହ ରହିବ ନା ଭାଙ୍ଗିଯିବ ଏ ନେଇ ସମସ୍ତ କଥା କହିଥାଏ ଆପଣଙ୍କ ହାତର ଏହି ରେଖା ।

-ବ୍ୟକ୍ତିଙ୍କ ଭବିଷ୍ୟତକୁ ନେଇ ହାତରେ ଅନେକ ରେଖା ରହିଥାଏ । ହାତରେ ଥିବା ବିବାହ ରେଖା ଛୋଟ ଆଙ୍ଗୁଳି ତଳେ ବାହାରୁ ଭିତରକୁ ଆସିଥାଏ । ଏହି ରେଖାର ସ୍ପଷ୍ଟତା ଏବଂ ଲମ୍ବ ଇତ୍ୟାଦିରେ ବ୍ୟକ୍ତିଙ୍କର ବୈବାହିକ ଜୀବନ ବିଷୟରେ ଜଣାଯାଇଥାଏ ।

-ହସ୍ତରେଖା ଶାସ୍ତ୍ର ଅନୁସାରେ, ବିବାହ ରେଖା ନିକଟରେ ଥିବା ରେଖାଗୁଡିକ ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ସୂଚନା ଦେଇଥାଏ । ବ୍ୟକ୍ତିଙ୍କ ହାତରେ ଯେତେ ରେଖା ଥାଏ, ତାଙ୍କର ସେତିକି ଜାଗାରେ ସମ୍ପର୍କ ରହିଥାଏ ।

-ଯଦି ବିବାହ ରେଖା ବ୍ୟକ୍ତିଙ୍କ ହୃଦୟ ନିକଟ ପର୍ଯ୍ୟନ୍ତ ହୋଇଥାଏ, ତେବେ ତାଙ୍କର ବିବାହ ବହୁତ ଶୀଘ୍ର ହୋଇଥାଏ । ହୃଦୟ ରେଖାରୁ ଏହା ଦୂରରେ ରହିଲେ ବ୍ୟକ୍ତିଙ୍କ ବିବାହ ମଧ୍ୟ ବିଳମ୍ବରେ ହେବା ନେଇ ସଂକେତ ଦେଇଥାଏ ।

-ତେବେ ଯେଉଁ ଲୋକମାନଙ୍କ ହାତରେ ଦୁଇଟି ରେଖା ହୋଇଥାଏ, ସେମାନେ ଦୁଇଟି ବିବାହ କରିଥାନ୍ତି ।

-ଯେଉଁଠାରୁ ବିବାହ ରେଖା ଆରମ୍ଭ ହୁଏ, ଯଦି ସେହିଠାରୁ ଅନ୍ୟ ଏକ ରେଖା ବାହାରିଥାଏ, ତେବେ ଏହି ସ୍ତିତିରେ ବ୍ୟକ୍ତିଙ୍କର ବିବାହ ଭାଙ୍ଗି ଯାଇଥାଏ ଏବଂ ଦୁଇଟି ବିବାହ ହୋଇଥାଏ ।

-ବିବାହ ରେଖା ଯଦି ସୂର୍ଯ ରେଖା ପର୍ଯ୍ୟନ୍ତ ପହଞ୍ଚି ଯାଏ, ତେବେ ଏହି ଜାତକର ବ୍ୟକ୍ତିମାନଙ୍କ ବିବାହ ଧନୀ ଘରେ ହୋଇଥାଏ ।

-ଯଦି ବିବାହ ରେଖା ସିଧା ଯିବା ପରିବର୍ତ୍ତେ ତଳଆଡକୁ ଯାଇଥାଏ, ତେବେ ଏହି ବ୍ୟକ୍ତିମାନଙ୍କ ବୈବାହିକ ଜୀବନ ବିଭିନ୍ନ ସମସ୍ୟା ଦେଇ ଗତି କରିଥାଏ ।

 

Get real time updates directly on you device, subscribe now.