fbpx

ଏଭରେଷ୍ଟ ପର୍ବତରେ ଚୀନ୍ ଟାଣିବ ବିଭାଜନ ରେଖା, ଜାଣନ୍ତୁ କ’ଣ ଏହାର କାରଣ

ବେଜିଂ: ଚୀନ୍ ବିଶ୍ୱର ସର୍ବୋଚ୍ଚ ପର୍ବତ ଶିଖର ଏଭରେଷ୍ଟ ପର୍ବତ ଉପରେ ସୀମା ରେଖା ଟାଣିବାକୁ ଯାଉଛି । ନେପାଳରୁ ପର୍ବତାରୋହୀମାନେ ଯେପରି ଚୀନକୁ ପ୍ରବେଶ ନକରିପାନ୍ତି ସେନେଇ ଏଭଳି ପଦକ୍ଷେପ ନେଇଛି ଚୀନ । ତେବେ ଚୀନ୍‌ର ସରକାରୀ ଗଣମାଧ୍ୟମ ଏହାକୁ କରୋନା ଭୂତାଣୁ ମହାମାରୀଠାରୁ ବର୍ତ୍ତିବା ପାଇଁ ଏକ ପଦକ୍ଷେପ ବୋଲି କହିଛି। ଏହି କାର୍ଯ୍ୟ ପାଇଁ ତିବ୍ଦତୀୟ ପର୍ବତାରୋହୀଙ୍କ ଏକ ଦଳ ଗଠନ କରାଯିବ ।

ସରକାରୀ ସମ୍ବାଦ ଏଜେନ୍ସି ଜିନହୁଆର ସୂଚନା ଅନୁଯାୟୀ  ପର୍ବତାରୋହୀ ପର୍ବତ ଶିଖରରେ ପହଞ୍ଚିବା ପୂର୍ବରୁ ଚୀନ୍ ଏହି କାର୍ଯ୍ୟ ଶେଷ କରିବ। ତେବେ ଚୀନ୍ ଦ୍ୱାରା ଏହି ବିଭାଜନ ରେଖା କେଉଁଥିରେ ତିଆରିୀ ହେବ ତାହା ସ୍ପଷ୍ଟ ହୋଇନାହିଁ । ଉତ୍ତରରୁ ଚୀନ୍ ପଟରୁ ପର୍ବତଆରୋହଣ କରୁଥିବା ପର୍ବତାରୋହୀମାନଙ୍କୁ ଏହି ବିଭାଜନ ରେଖା ଅତିକ୍ରମ କରିବାକୁ ବାରଣ କରାଯିବ ଯାହା ଦ୍ୱାରା ସେମାନେ ଦକ୍ଷିଣ ପାର୍ଶ୍ୱରୁ ପର୍ବତାରୋହଣ କରୁଥିବା  କୌଣସି  ବ୍ୟକ୍ତି କିମ୍ବା ବସ୍ତୁ କୌଣସି ନେପାଳୀଙ୍କ ସଂସ୍ପର୍ଶରେ ଆସିବେ ନାହିଁ।

ସୂଚନାଯୋଗ୍ୟ, ଗତ ବର୍ଷ କରୋନା ଭୂତାଣୁ ମହାମାରୀ ହେତୁ ନେପାଳ ଏବଂ ଚୀନ୍ ଏଭରେଷ୍ଟ ଆରୋହଣ ଉପରେ ରୋକ ଲଗାଇଥିଲେ । କିନ୍ତୁ ଚଳିତ ବର୍ଷ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ୪୦୮ ବିଦେଶୀଙ୍କୁ ଏଭରେଷ୍ଟ ପର୍ବତ ଚଢିବାକୁ କରିବାକୁ ଅନୁମତି ଦେଇଥିଲା।

ଜିନହୁଆଙ୍କ ଅନୁଯାୟୀ, ଚାଇନାର ୨୧ ଜଣ  ପର୍ବତାରୋହୀଙ୍କୁ ଉତ୍ତର ପାର୍ଶ୍ୱରୁ ଏଭରେଷ୍ଟ ଚଢିବାକୁ ଅନୁମତି ଦିଆଯାଇଛି । ଚାଇନାରେ, କରୋନା ଭୂତାଣୁ ସଂକ୍ରମଣ ବହୁ ମାତ୍ରାରେ ନିୟନ୍ତ୍ରିତ ହୋଇଛି, ମାତ୍ର ସେପଟେ ନେପାଳରେ ଏହି ରୋଗର ବୃଦ୍ଧି ପାଇଛି।

Get real time updates directly on you device, subscribe now.