fbpx
BSKY
BJD SHG SKY
BJD YOUTH SKY

ଓଡ଼ିଶାରେ ବ୍ଲାକ ଫଙ୍ଗସ: ଏଥିରୁ ସତର୍କ ରହିବାକୁ ଚାଁହୁଥିଲେ ଆପଣାନ୍ତୁ ଏହି ଟିପ୍ସ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟରେ ଜଣେ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ରୋଗୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଥିବା ନେଇ ସୂଚନା ମିଳିଛି । ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି ।

ଯଦି ଆପଣ ଏହି ବ୍ଲାକ ଫଙ୍ଗସ ଠାରୁ ଦୂରେଇ ରହିବାକୁ ଚାଁହୁଛନ୍ତି, ତେବେ ପ୍ରଥମେ ଜାଣନ୍ତୁ ଏହା କ’ଣ ଓ କିପରି ବ୍ୟାପେ ?

ଏହା ମଧୁମେହ ଥିବା ବ୍ୟକ୍ତି, କୋରୋନା ଯୋଗୁଁ ଅଧିକ ଦିନ ଆଇସିୟୁରେ ରହିଥିବା ବ୍ୟକ୍ତି ଓ ଫୁସଫୁସକୁ ଆକ୍ରାନ୍ତ ହୋଇ ଷ୍ଟେରଏଡ଼ ନେଇଥିବା ରୋଗୀଙ୍କ କ୍ଷେତ୍ରରେ ଅଧିକ ବ୍ୟାପୁଛି। ବ୍ଲାକ ଫଙ୍ଗସ ଇନଫେକ୍ସନ ମାଟିରୁ ବ୍ୟାପୁଛି। ପୂର୍ବରୁ ବର୍ଷକୁ ଦୁଇ ତିନୋଟି କେସ ଦେଖାଯାଇଥିଲା । ଏବେ ୩ ମାସରେ ମୁମ୍ବାଇରେ ୧୦୦ ଗୁଣା ବଢି ୩୦୦ କେସ ଦେଖାଦେଲାଣି । ଏହି ବ୍ଲାକ୍ ଫଙ୍ଗସ୍ ଆମ ଶରୀରର ଚର୍ମ, ଫୁସଫୁସ୍ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଇଥାଏ ।

ତେବେ ଏହା ଖୁବ୍ ବିରଳ ଏବଂ କ୍ଷତିକାରକ ସଂକ୍ରମଣ । ଏହାର ଯଥାଶୀଘ୍ର ଉପଚାର କରିବା ନିହାତି ଆବଶ୍ୟକ । ଏହି ରୋଗର କିଛି ବିଶେଷ ଲକ୍ଷଣ ରହିଛି ଯେପରିକି ଆଖି ତଳ, ଗାଲ ଏବଂ ନାକ ଲାଲ ହୋଇଯିବା ଏବଂ ଯନ୍ତ୍ରଣା ହେବା । ଜ୍ୱର, କାଶ, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ଅସୁବିଧା । ରକ୍ତ ବାନ୍ତି, ସହ ମାନସିକ ସ୍ତରରେ ପ୍ରଭାବ ପକାଇବା । କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା, ଛାତି ଯନ୍ତ୍ରଣା ଇତ୍ୟାଦି ଏହି ରୋଗର ଲକ୍ଷଣ । ଜ୍ବର ଆସିବା ଧଇଁ ସଇଁ ଲାଗିବା ପରେ ଏକାଧିକ ଅଙ୍ଗ ନଷ୍ଟ ହେଉଛି । ଫଳରେ ଜୀବନ ପ୍ରତି ବିପଦ ରହିଛି ।

ତେବେ ବ୍ଲାକ ଫଙ୍ଗସ ମାଟିରେ ଥାଏ, କରୋନାରୁ ସୁସ୍ଥ ସତର୍କ ହେବା ଜରୁରୀ । ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ତାକୁ ଆକ୍ରାନ୍ତ କରେ । ଏହା ବାୟୁ ମଣ୍ଡଳରେ ଉପସ୍ଥିତ ଥାଏ । କରୋନା ସଂକ୍ରମିତ ରୋଗୀ କିମ୍ବା କରୋନାରୁ ଆରୋଗ୍ୟ ରୋଗୀଙ୍କ ଠାରେ ଦେଖାଦେଉଥିବା ସହିତ ଯେଉଁ ମାନଙ୍କର ପ୍ରକୃତିକୃତ ରୋଗ ସହିତ ଲଢ଼ିବାର ଶକ୍ତି ନଥାଏ ସେହିମାନଙ୍କ ଠାରେ ଏହା ସଂକ୍ରମଣ କରିବାର ଆଶଙ୍କା ଅଧିକ ରହିଥାଏ । ଡାଇବେଟିସ୍ ଭଳି ଦୂରାରୋଗ୍ୟ ଆକ୍ରାନ୍ତ ହେବା ବେଶି ସମ୍ଭାବନା ରହିଛି । ବ୍ଲାକ ଫଙ୍ଗସରୁ ବର୍ତ୍ତିବାକୁ ହେଲେ ମାଟିରୁ ଦୂରେଇ ରହିବା ଜରୁରୀ । ମାସ୍କ ପିନ୍ଧିବା, ଫୁଲ୍ ସାର୍ଟ ଓ ଫୁଲ୍ ପ୍ୟାଣ୍ଟ ପିନ୍ଧିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ବଗିଚା କାମ କଲେ ହାତରେ ଗ୍ଲୋଭ୍ସ ଓ ପାଦରେ ଗନ୍ ବୁଟ୍ ପିନ୍ଧିବା ଉଚିତ । ସୁଗାର ଲେବୁଲ ସ୍ଥିର ରଖିବା ଓ କମ୍ ଷ୍ଟିରଏଡ୍ ବ୍ୟବହାର କରିବା ଉଚିତ ।

ଏହି ରୋଗରୁ ରକ୍ଷା ପାଇବା ପାଇଁ କଣ କରିବେ :-

ବ୍ଲାକ ଫଙ୍ଗସ୍ ଏକ ଫଙ୍କଲ୍ ଇନଫେକ୍ସନ, ଯେଉଁଥିରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟିଫଙ୍ଗଲ୍ ଓ ଆଣ୍ଟି ବାୟୋଟିକ୍ ନେବା ଉଚିତ୍ । ଉପଯୁକ୍ତ ଚିକିତ୍ସା ସହିତ ଏହା ଦୁର ହୋଇ ପାରିବ । ସେହିପରି ଏହି ରୋଗରୁ ରକ୍ଷା ପାଇବା ପାଇଁ ମଧୁମେହ ନିୟନ୍ତ୍ରଣ ହେଉଛି ସର୍ବୋତ୍ତମ ଉପାୟ । ମଧୁମେହ ରୋଗୀମାନେ ଏହି ରୋଗରୁ ରକ୍ଷା ପାଇବା ପାଇଁ ବିଶେଷ ଯତ୍ନ ନେବା ଉଚିତ୍ । କୋଭିଡ -୧୯ ରୁ ଡିସଚାର୍ଜ ହେବା ପରେ ରକ୍ତରେ ଗ୍ଲୁକୋଜର ସ୍ତର ନିରନ୍ତର ଯାଞ୍ଚ କରାଯିବା ଉଚିତ । ଡାକ୍ତରଙ୍କ ପରାମର୍ଶରେ କେବଳ ଉପଯୁକ୍ତ ସମୟରେ ଷ୍ଟେରଏଡ ବ୍ୟବହାର କରନ୍ତୁ । ଅମ୍ଳଜାନ ଚିକିତ୍ସା ସମୟରେ ସ୍ୱଚ୍ଛ ଜଳ ବ୍ୟବହାର କରିବା ଉଚିତ୍ । ଲକ୍ଷଣ ଦେଖାଇବା ପରେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ କରାଯାଇପାରେ । ଯଦି ପ୍ରାରମ୍ଭିକ ପର୍ୟ୍ୟାୟରେ ଆଣ୍ଟିଫଙ୍ଗାଲ୍ ଥେରାପି ଆରମ୍ଭ ହୁଏ । ଆଉ ଏହି ଥେରାପି ପ୍ରାୟ ୪ ରୁ ୬ ସପ୍ତାହ ଯାଏ କରିବା ଆବଶ୍ୟକ ।

ଆଖି ଲାଲ୍ ପଡ଼ିଲେ ଓ ନାକରୁ କଳା ପାଣି ବାହାରିଲେ ଡାକ୍ତରଙ୍କୁ ଦେଖାନ୍ତୁ। ଡେରି କଲେ ଫୁସଫୁସ ଓ ବ୍ରେନକୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ଡାକ୍ତର ମିଶ୍ର। ଏହା ସଂକ୍ରାମକ ନୁହେଁ, ଠିକ ସମୟରେ ଚିକିତ୍ସା କଲେ ସୁସ୍ଥ ହେବେ।

Get real time updates directly on you device, subscribe now.