fbpx

ବଡ ଖବର: ଓଡିଶାରୁ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ଗୋଟିଏ ପଟେ କରୋନା ଯୋଗୁଁ ରାଜ୍ୟରେ ହାହାକାର ସୃଷ୍ଟି ହୋଇଥିବା ବେଳେ ଆସିଛି ଆଉ ଏକ ସମସ୍ୟା । ରାଜ୍ୟର ଜଣେ ରୋଗୀଙ୍କଠାରେ ବ୍ଲାକ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ରୋଗୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଥିବା ନେଇ ସୂଚନା ମିଳିଛି । ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି ।

ତେବେ ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ ହୋଇଥିବା ବେଳେ ସେ ଉଚ୍ଚ ମଧୁମେହ ରୋଗରେ ପୀଡିତ ଅଛନ୍ତି । ବ୍ଲକ ଫଙ୍ଗସ୍ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.